fbpx

ବିଷାକ୍ତ ମଦ ପିଇ ୮ମୃତ, ଅନେକ ଗୁରୁତର

ପାଟନା: ବିହାରରେ ମଦ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି ହେଲେ ବିଷାକ୍ତ ମଦ କାରବାର କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇଯାଇ ପାରୁନାହିଁ । ସରକାର ଏହାକୁ ରୋକିବାରେ ବାରମ୍ବାର ଫେଲ୍ ମାରୁଛି । ଆଉ ଏବେ ଦୀପାବଳୀ ଅବସରରେ ବିଷାକ୍ତ ମଦ ବିକ୍ରି ଖୁବ୍ ବଢ଼ିଯାଇଛି । ଯାହା ଫଳରେ ଲୋକମାନେ ବିଷାକ୍ତ ମଦ ପିଇ ଜୀବନ ସଙ୍କଟରେ ପକାଉଛନ୍ତି । ଏହି ପରିପ୍ରେକ୍ଷୀରେ ଗୋପାଳଗଞ୍ଜରେ ୮ ଜଣ ଲୋକଙ୍କର ବିଷାକ୍ତ ମଦ କାରଣରୁ ମୃତ୍ୟୁ ହୋଇଯାଇଛି ଏବଂ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି ।

ଏହି ଘଟଣା ନୌତନ ଥାନା ଅଞ୍ଚଳର ଦକ୍ଷିଣ ତେଲହୁଆ ଗାଁର ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ପଞ୍ଚାୟତର ୱାର୍ଡ ନମ୍ବର ୨, ୩ ଓ ୪ର ଲୋକମାନେ ଏହି ବିଷାକ୍ତ ମଦର ଶିକାର ହୋଇଛନ୍ତି । ଏହି ଅଞ୍ଚଳର ଲୋକମାନେ ବୁଧବାର ଦିନ ବିଷାକ୍ତ ପିଇଥିଲେ । ଯାହାପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ସମସ୍ତଙ୍କୁ ନିକଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସା ସମୟରେ ଗୋଟିଏ ପରେ ଗୋଟିଏ ଲୋକଙ୍କ ମୃତ୍ୟୁ ହେବାରେ ଲାଗିଲା । ଯାହାପରେ ଗାଁରେ ହଇଚଇ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ମାମଲାର ଯାଞ୍ଚ ଏବେ ଖୋଦ୍ ବୋତିଆ ଏସପି ଉପେନ୍ଦ୍ରନାଥ ବର୍ମା କରୁଛନ୍ତି ।

Get real time updates directly on you device, subscribe now.