fbpx
BJD SKY
BJD SKY

ଦୀପାବଳିରେ ଯବାନଙ୍କ ଗହଣରେ ପିଏମ ମୋଦୀ, କହିଲେ- ସର୍ଜିକାଲ ଷ୍ଟ୍ରାଇକରେ ଆପଣଙ୍କ ଭୂମିକା ଉପରେ ଦେଶ ଗର୍ବିତ

BJD

ନୂଆଦିଲ୍ଲୀ : ପ୍ରତି ବର୍ଷ ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ଯବାନଙ୍କ ଗହଣରେ ଦୀପାବଳି ପାଳନ କରୁଛନ୍ତି । ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ଦୀପର ଉତ୍ସବ ଅବସରରେ ପିଏମ ମୋଦୀ ଗୁରୁବାର ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟର ପହଞ୍ଚି ଯବାନଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ସହିଦ ଯଦବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି ଯେ, ଆମର ସୈନିକ ମା ଭାରତୀର ସୁରକ୍ଷା କବଚ ଅଟନ୍ତି । ପ୍ରଧାନମନ୍ତ୍ରୀ ଯବାନଙ୍କୁ କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକରେ ଏଠାକାର ବ୍ରିଗ୍ରେଡ ଯେଉଁ ଭୂମିକା ନିଭାଇଛନ୍ତି ତାହା ଦେଶର ପ୍ରତିଟି ନାଗରିକଙ୍କୁ ଗର୍ବିତ କରିଛି ।

ଦୀପାବଳି ଦିନ ନୌଶେରାରେ ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମର ଯବାନ ମା ଭାରତୀଙ୍କ ସୁରକ୍ଷା କବଚ । ଆପଣ ସମସ୍ତଙ୍କ ପାଇଁ ଦେଶବାସୀ ଶାନ୍ତିରେ ଶୋଇ ପାରୁଛନ୍ତି ଏବଂ ପାର୍ବଣରେ ଖୁସି ମନାଉଛନ୍ତି । ମୁଁ ପ୍ରତି ଦୀପାବଳି ସୀମାର ରକ୍ଷା କରୁଥିବା ସୈନିକଙ୍କ ସହିତ ପାଳନ କରୁଛି । ଆଜି ମୁଁ ନିଜ ସହିତ ଏଠାକୁ ନିଜ ସୈନିକଙ୍କ ପାଇଁ କୋଟି କୋଟି ଭାରତୀୟଙ୍କ ଆଶୀର୍ବାଦ ନେଇ ଆସିଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ପୁଣି ଥରେ ଆପଣଙ୍କ ଗହଣକୁ ଆସିଛି । ଆଜି ପୁଣି ଥରେ ଆପଣଙ୍କଠୁ ନୂତନ ଉର୍ଜା, ନୂତନ ଆଶା ଏବଂ ନୂତନ ବିଶ୍ୱାସ ନେଇକି ଯିବି । ମୁଁ ଏକାକୀ ନୁହେଁ ୧୩୦ କୋଟି ଦେଶବାସୀଙ୍କ ଆଶୀର୍ବାଦ ଆପଣଙ୍କ ପାଇଁ ନେଇ ଆସିଛି । ଆଜିର ସନ୍ଧ୍ୟାକୁ ଦୀପାବଳିର ଏକ ଦୀପ ଆପଣଙ୍କ ବୀରତ୍ୱ, ଶୌର୍ଯ୍ୟ, ପରାକ୍ରମ, ତ୍ୟାଗ ଏବଂ ପତସ୍ୟା ନାମରେ ଭାରତର ପ୍ରତି ନାଗରିକ ପ୍ରଜ୍ଜ୍ୱଳିତ କରିବା ସହିତ ଆପଣଙ୍କୁ ଅନେକ ଅନେକ ଶୁଭକାମନା ମଧ୍ୟ ଦେଇ ଚାଲିବେ ।

ସୂଚନାଯୋଗ୍ୟ, ଅକ୍ଟୋବରରେ ଭାରତୀୟ ସେନା ଦକ୍ଷିଣ ପୀର ପଞ୍ଝାଲରେ ୧୧ ଯବାନଙ୍କୁ ହରାଇଥିଲା । ଏହି କ୍ଷେତ୍ରରେ ଆତଙ୍କବାଦୀଙ୍କ ଗତିିବିଧିରେ ବୃଦ୍ଧି ଘଟିଛି । ଅନୁଚ୍ଛେଦ ୩୭୦ ଉଚ୍ଛେଦର ଦ୍ୱିତୀୟ ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପରେ ଅଗଷ୍ଟ ୬ ତାରିଖରେ ଏହି ଇଲାକାରେ ଏନକାଉଣ୍ଟର ହୋଇଥିଲା ।

Get real time updates directly on you device, subscribe now.