fbpx

କାଶ୍ମୀରରେ ଏନକାଉଣ୍ଟର: ୩ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀର ବାରାମୂଳାରେ ଆତଙ୍କବାଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ବାରାମୂଳାର ମାଲୱାରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏଥିରେ ୩ ଯବାନ ସମେତ ଜଣେ ନାଗରିକ ଆହତ ହୋଇଛନ୍ତି । ଏନେଇ କାଶ୍ମୀରର ଆଇଜିପି ବିଜୟ କୁମାର ଆଜି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ମାଲୱାରେ ହିଁ ଗୁଳିବିନିମୟ ହୋଇଛି । ପ୍ରରମ୍ଭିକ ଗୁଳିମାଡ଼ରେ ୩ ଯବାନଙ୍କ ସମେତ ଜଣେ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ବଡ଼ଗାମ ପୋଲିସ ଓ ସେନାର ମିଳିତ ସହଯୋଗରେ ଏହି ଅପରେସନ୍ ଚାଲିଛି ।’

Get real time updates directly on you device, subscribe now.