fbpx

କଟକରେ ଏନକାଉଣ୍ଟର

କଟକ,୧୧ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ଅପରାଧୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି କଟକ ନରାଜ ଅଞ୍ଚଳରେ ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ଼ ମିଳିତ ଭାବେ ଏକ ଅପରାଧୀକୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଚୌଦ୍ୱାର ପୋଲିସ ଗୁଳିରେ ଅପରାଧୀ ବବୁଲ ପାୱାର ଆହତ ହୋଇଛି । ବବଲୁର ଡାହାଣ ଗୋଡ଼ରେ ଗୁଳି ବାଜିଛି ।

ଗୁଳି ବାଜିବା ଫଳରେ ସେ ଆହତ ହୋଇଥିବାରୁ ତାକୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମୁଖ୍ୟ ହେଉଛି ବବୁଲ ପାୱା । ଗତ କାଲି ବବୁଲର ୮ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି । ବବୁଲର ପାଲଟା ଗୁଳିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି । ବବୁଲ ନାଁରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି ।

Get real time updates directly on you device, subscribe now.