fbpx

ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ମିଳୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ବିଶ୍ୱ ମାନବାଧିକାର ଦିବସରେ ଜୟଦେବ ଭବନରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଏକ ତୃତୀୟାଂଶ ସଂସଦୀୟ ଆସନରେ ମହିଳାଙ୍କୁ ସ୍ଥାନ ମିଳିଛି । ଏହା ଦ୍ୱାରା ଓଡ଼ିଶା ଏକ ବୈପ୍ଳବିକ ଧାରା ସୃଷ୍ଟି କରିଛି । ମାନବାଧିକାର ସୁରକ୍ଷା ପାଇଁ ଗାନ୍ଧିଜୀ ଅହିଂସା ଆପଣାଇଥିଲେ । ମୋ ପ୍ରସ୍ତାବିତ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ମିଳୁ । ଏହା ମାନବାଧିକାର ସୁରକ୍ଷା ଦିଗରେ ଏକ ପଦକ୍ଷେପ ହେବ ବୋଲି ନବୀନ କହିଛନ୍ତି । ସମସ୍ତଙ୍କ ଅଧିକାର ସୁରକ୍ଷା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.