fbpx

ସାରା ବିଶ୍ୱକୁ ବାଟ ଦେଖାଇଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୨(ଓଡ଼ିଶା ଭାସ୍କର): ଜାଗା ମିଶନ ଟିମ୍ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଗା ମିଶନକୁ ବିଶ୍ୱ ବାସସ୍ଥାନ ପୁରସ୍କାର ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ବିଶ୍ୱକୁ ବାଟ ଦେଖାଇଛି ଓଡ଼ିଶା । ଜାଗା ମିଶନ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଛି । ୫୨ହଜାର ଲୋକଙ୍କୁ ଜାଗା ଅଧିକାର ଦିଆ ସରିଛି । ୨ଲକ୍ଷ ଲୋକଙ୍କୁ ଜାଗା ଅଧିକାର ଦିଆଯିବାର ଟାର୍ଗେଟ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଡ଼ିଶାକୁ ବିଶ୍ୱ ବାସସ୍ଥାନ ତୃତୀୟ ପୁରସ୍କାର ମିଳିଥିଲା । ଜାଗା ମିଶନରେ ସଫଳତା ପାଇଁ ମଧ୍ୟ ଓଡ଼ିଶାକୁ ବ୍ରିଟିଶ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ମିଳିଥିଲା । ଏହି ସଫଳତା ପାଇଁ ନଗର ଉନ୍ନୟନ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ ।
ଜାଗା ମିସନରେ ଉପକୃତ ହୋଇଛନ୍ତି ୫୨ହଜାର ୬୮୨ ବସ୍ତି ବାସିନ୍ଦା ପରିବାର । ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି ସରକାର ।

Get real time updates directly on you device, subscribe now.