fbpx

ତ୍ରିପୁରା ବାସୀଙ୍କ ଭାବାବେଗ ସହିତ ଖେଳିଛନ୍ତି ବିପ୍ଲବ ଦେବ

Advertisement

ନୂଆଦିଲ୍ଲୀ: ତ୍ରିପୁରାରେ ବିଜେପି ମୁଖ୍ୟମନ୍ତ୍ରୀ ରହିଥିବା ବିପ୍ଲବ ଦେବଙ୍କୁ ଆକ୍ରମଣ କରିଛି ତୃଣମୂଳ କଂଗ୍ରେସ । ବିପ୍ଲବ ଦେବ ତ୍ରିପୁରା ବାସୀଙ୍କ ଭାବାବେଗ ସହିତ ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ । ବିପ୍ଲବଙ୍କ ଶାସନ କାଳରେ ତ୍ରିପୁରା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚି ଯାଇଛି ।

ସରକାର ପରିଚାଳନା କ୍ଷେତ୍ରରେ ନିଜକୁ ବଡ ବିଫଳତା ଭାବରେ ସାବ୍ୟସ୍ତ କରିଛନ୍ତି ବିପ୍ଲବ । ଏସବୁ କରିବା ସହିତ ବିପ୍ଲବ ନିଜକୁ ଏକ ବଡ ଫ୍ଲପ ବୋଲି ପ୍ରମାଣିତ କରିଛନ୍ତି ବୋଲି କହିଛନ୍ତି ଅଭିଷେକ । ତ୍ରିପୁରାରେ ଟିଏମସିର ଉପସ୍ଥିତିକୁ ନେଇ ବିପ୍ଲବ ଭୀତତ୍ରସ୍ତ । ତ୍ରିପୁରା ବାସୀଙ୍କ ପାଇଁ କିଛି କରିନଥିବାରୁ ପରାଜୟର ଭୟରେ ରହିଛନ୍ତି ବୋଲି କହିଛନ୍ତି ଅଭିଷେକ । ଆସନ୍ତା ଡିସେମ୍ବରରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ତ୍ରିପୁରା ଗସ୍ତ କରି ଏକ ସଭା ସମ୍ବୋଧିତ କରିବେ । ବିପ୍ଲବ ଦେବ ତୁମର ଚାଲ ସଫଳ ହେବ ନାହିଁ ବୋଲି କହିଛନ୍ତି ଅଭିଷେକ ।

Get real time updates directly on you device, subscribe now.