fbpx
BSKY
BJD MC SKY
BJD YOUTH SKY

ଟୋକିଓ ୨୦୨୦: ପ୍ରଥମ ଦିନର ସେଲିଂରେ ବିଷ୍ଣୁ-୧୪, ନେତ୍ରା-୨୭

ନୂଆଦିଲ୍ଲୀ: ପ୍ରଥମ ଥର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଦୁଇ ଭାରତୀୟ ସେଲ ନେତ୍ରା କୁମାନନ ଓ ବିଷ୍ଣୁ ସରବାନନ ପ୍ରଥମ ଦିନର ସେଲିଂ ପ୍ରତିଯୋଗିତାରେ ବଢିଆ ପ୍ରଦର୍ଶନ କରିଛନ୍ତି । ରବିବାର ସେଲିଂର ପ୍ରଥମ ଦିନରେ ନେତ୍ରା ୨୭ ତମ ସ୍ଥାନରେ ଦିନ ଶେଷ କରିଥିବା ବେଳେ ବିଷ୍ଣୁ ୧୬ତମ ସ୍ଥାନରେ ରହିଛନ୍ତି । ଉଭୟ ପ୍ରତିଯୋଗୀ ରେଡିଆଲ ଲେଜର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି ।

ନେତ୍ରା ନିଜ ପ୍ରଥମ ରେସରେ ୩୩ ତମ ସ୍ଥାନରେ ରହିଥିଲେ । ତେବେ ଦ୍ୱିତୀୟ ରେସରେ ପ୍ରତ୍ୟାବର୍ତ୍ତନ ସହିତ ୧୬ତମ ସ୍ଥାନ ଅଧିକାର କରିଥିଲେ । କୁମାନନଙ୍କ ହାରାହାରି ୨୭ ରହିଥିବା ବେଳେ ତାଙ୍କୁ ସମୁଦାୟ ୪୯ ନେଟ ପଏଣ୍ଟସ ମିଳିଛି । ଅନ୍ୟତମ ଭାରତୀୟ ସେଲର ବିଷ୍ଣୁ ସରବାନନ କିନ୍ତୁ ବଢିଆ ପ୍ରଦର୍ଶନ କରିବା ସହିତ ନିଜର ପ୍ରଥମ ରେସରେ ୧୪ ତମ ସ୍ଥାନରେ ରହିଥିଲେ । ତେବେ ପ୍ରତିକୂଳ ପାଗ କାରଣରୁ ବିଷ୍ଣୁଙ୍କ ଦ୍ୱିତୀୟ ରେସ୍ ସମ୍ଭବ ହୋଇନଥିଲା । ରେଡିଆଲ ଲେଜର ପ୍ରତିଯୋଗିତାରେ ସମୁଦାୟ ୧୦ଟି ରେସ୍ ହେବା ପରେ ନେଟ ପଏଣ୍ଟ ଆଧାରରେ ବିଜେତା ଚୟନ କରାଯାଇଥାଏ ।

Get real time updates directly on you device, subscribe now.