fbpx
BJD SKY
BJD SKY

ବଦଳିଲା ଇଞ୍ଜିନିୟରିଂ କଲେଜ ଅଧ୍ୟାପକ ନିଯୁକ୍ତି ନିୟମ: ଏଣିକି OPSC ଜରିଆରେ ନିଯୁକ୍ତି

BJD

ଭୁବନେଶ୍ୱର : ସରକାରୀ ଇଞ୍ଜିନିୟରିଂ କଲେଜରେ ନିଯୁକ୍ତି ପାଉଥିବା ଅଧ୍ୟାପକମାନଙ୍କ ପାଇଁ ନିୟମରେ ପରିବର୍ତ୍ତନ ଅଣାଯାଇଛି । ଏଣିକି ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଦାୟିତ୍ୱ ବହନ କରିବ ଓଡ଼ିଶା ଲୋକସେବା ଆୟୋଗ । ଏହା ଫଳରେ ଏଣିକି ଉଚ୍ଚଶିକ୍ଷା ବିଭାଗ ଭଳି ବୈଷୟିକ ଶିକ୍ଷା ବିଭାଗର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ଯୋଗ୍ୟ ଓ ଦକ୍ଷତା ସମ୍ପନ୍ନ ଶିକ୍ଷକ ନିଯୁକ୍ତି ପାଇପାରିବେ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନସ୍ଥ ସରକାରୀ ଇଞ୍ଜିନିୟରିଂ କଲେଜର ବିଭିନ୍ନ ଶିକ୍ଷକ ପଦବୀର ନିଯୁକ୍ତିରେ ସଂସ୍କାର ଆଣିଛନ୍ତି ରାଜ୍ୟ ସରକାର । ଏହି ନୂଆ ନିୟମ ଲାଗୁ ହେବା ଫଳରେ ଏଣିକି ଶିକ୍ଷାନୁଷ୍ଠାନ ଗୁଡ଼ିକ ପୂର୍ବଭଳି ଆଉ ଶିକ୍ଷକ ନିଯୁକ୍ତି କରିପାରିବେ ନାହିଁ । ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବୀ ପାଇଁ ଓପିଏସସି ଉଭୟ ପରୀକ୍ଷା ଓ ସାକ୍ଷାତକାର ପରିଚାଳନା କରିବ ତେବେ ଜାତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଏ)ର ଯୋଗ୍ୟତା ମାପଦଣ୍ଡ ଅନୁଯାୟୀ କଲେଜ ଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଚାଲିବ ବୋଲି ଜଣାପଡ଼ିଛି ।

ଏହି ଚୟନ କମିଟିରେ ଉଭୟ ରାଜ୍ୟ ଭିତରୁ ଓ ବାହାରୁ ବିଶେଷଜ୍ଞ ସାମିଲ ରହିବେ । ପରୀକ୍ଷା ଓ ଇଣ୍ଟରଭ୍ୟୁକୁ ଆଧାର କରି ମେରିଟଲିଷ୍ଟ ପ୍ରସ୍ତୁତ କରାଯିବ । ଆଗାମୀ ଦିନରେ ଚୁକ୍ତିଭିତ୍ତିକ ଅଧ୍ୟାପକ ପରିବର୍ତ୍ତେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଗତ ଅକ୍ଟୋବର ମାସରେ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ କଲେଜ ଗୁଡ଼ିକୁ ଚିଠି ଲେଖାଯାଇ ଏ ସମ୍ପର୍କରେ ଅବଗତ କରାଯାଇଛି ।

Get real time updates directly on you device, subscribe now.