fbpx
BSKY SKY
BSKY SKY

ପାକିସ୍ତାନୀ ବୋଲରଙ୍କ ହୋସ୍ ଉଡ଼ାଇଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌, ଗୋଟିଏ ଦିନରେ ୫୦୦ ରନ୍ ସ୍କୋର କରି କଲେ ନୂଆ ରେକର୍ଡ

BSKY

ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନକୁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଆସିଥିବା ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ପ୍ରତିଷ୍ଠା କରିଛି ଅନେକ ରେକର୍ଡ । ଟସ୍ ଜିତି ବେନ୍ ଷ୍ଟୋକ୍ସ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଓପନିଂ କରିବାକୁ ଆସିଥିବା ବେନ୍ ଡକେଟ୍ ଏବଂ ଜାକ୍ କ୍ରଲ୍ଲି ପ୍ରଥମ ଓଭରରୁ ଏପରି ବ୍ୟାଟିଂ କରିଥିଲେ ଯେ, ପାକିସ୍ତାନର ହୋସ୍ ଉଡ଼ିଯାଇଥିଲା। ଦୁଇ ବ୍ୟାଟ୍ସମ୍ୟାନ୍ ପାକିସ୍ତାନ ବୋଲରଙ୍କ ଏପରି ଧୋଇଥିଲେ, ଲାଗୁଥିଲା ଯେପରି ଟି-୨୦ ମ୍ୟାଚ୍ ଚାଲିଛି ।

ଦୁଇ ବ୍ୟାଟ୍ସମ୍ୟାନ୍ ପ୍ରଥମ ସେସନ୍‌ରେ ହିଁ ୧୭୪ ରନ୍ ସଂଗ୍ରହ କରି ନେଇଥିଲେ । ଯାହା ଏକ ବିଶ୍ୱ ରେକର୍ଡ ଅଟେ । ପୁର୍ବରୁ ଏହି ରେକର୍ଡ ଭାରତ ନାମରେ ଥିଲା । ୨୦୧୮ରେ ଭାରତ ଅଫଗାନିସ୍ତାନ ବିପକ୍ଷରେ କୋଣସି ଉଇକେଟ୍ ନହରାଇ ୧୫୮ ରନ୍ ସଂଗ୍ରହ କରିଥିଲା । ଯେବେଠୁ ବେନ୍ ଷ୍ଟୋକ୍ସ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଭାର ସମ୍ଭାଳିଛନ୍ତି ଏବଂ ବ୍ରେଣ୍ଡନ୍ ମ୍ୟାକୁଲମ୍ କୋଚ୍ ଦାୟିତ୍ୱ ପାଇଛନ୍ତି, ସେବେଠୁ ଇଂଲଣ୍ଡର ଟେଷ୍ଟ୍ କ୍ରିକେଟ୍ ଖେଳିବା ତରିକା ବଦଳି ଯାଇଛି ।

ଇଂଲଣ୍ଡ ପାଇଁ ବେନ୍ ଡକେଟ୍ ଏବଂ ଜାକ୍ କ୍ରଲ୍ଲି ଦ୍ୱିଶତକୀୟ ଭାଗିଦାରି କରିଥିଲେ । ଜାକ୍ କ୍ରଲ୍ଲି ୧୨୨ ଏବଂ ବେନ୍ ଡକେଟ୍ ୧୦୭ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ପଡ଼ିଆରେ ଓଲି ପୋପ୍ ଏବଂ ହାରୀ ବ୍ରୁକ୍‌ଙ୍କ ଧମାକା ଦେଖିବାକୁ ମିଳିଥିଲା । ଉଇକେଟ୍ କିପର ବ୍ୟାଟ୍ସମ୍ୟାନ୍ ଓଲି ପୋପ୍ ୧୦୪ ବଲ୍‌ରୁ ୧୦୮ ଏବଂ ହାରୀ ବ୍ରୁକ୍ ୮୧ ବଲ୍‌ରୁ ୧୦୧ ରନ୍ ସଂଗ୍ରହ କରିଥିଲେ । ପ୍ରଥମ ଦିନର ଖେଳ ଶେଷ ହେଲା ବେଳକୁ ହାରୀ ବ୍ରୁକ୍ ୧୦୧ ଏବଂ ବେନ୍ ଷ୍ଟୋକ୍ସ ମାତ୍ର ୧୫ ବଲ୍‌ରୁ ୩୪ ରନ୍ କରି ଅପରାଜିତ ରହିଛନ୍ତି ।

 

Get real time updates directly on you device, subscribe now.