fbpx

ଏଣିକି ମାଗଣା ରାସନ ନେବାରେ ଆସିପାରେ ସମସ୍ୟା: ତୁରନ୍ତ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଲୋକଙ୍କୁ ରାସନ କାର୍ଡ ଜାରି କରାଯାଇଛି । ରାସନ କାର୍ଡ ମାଧ୍ୟମରେ ଲୋକମାନେ କମ୍ ଟଙ୍କାରେ ବା ମାଗଣାରେ ରାସନ ହାସିଲ କରିପାରିବେ । ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲଗା ଅଲଗା ରାସନ କାର୍ଡ ଜାରି କରାଯାଇଛି । ଅବଶ୍ୟ ରାସନ କାର୍ଡରେ କିଛି ଜିନିଷ ଅପଡେଟ ନହୋଇଥାଏ, ତେବେ ରାସନ ନେବାରେ ସମସ୍ୟା ହୋଇପାରେ ଓ ଆପଣ ରାସନ ନେବାରୁ ବଞ୍ଚିତ ହୋଇପାରନ୍ତି । ଏପରି ପରିସ୍ଥିତିରେ ଜରୁରୀ ଜିନିଷଗୁଡ଼ିକୁ ରାସନ କାର୍ଡରେ ଅପଡେଟ କରି ରଖନ୍ତୁ ।

ଆଧାର କାର୍ଡ୍ ସହ ଲିଙ୍କ୍ :-
ରାସନ କାର୍ଡ ହେଉଛି ଭାରତରେ ବାସ କରିବାର ପ୍ରମାଣର ସର୍ବ ପୁରାତନ ରୂପ । ଏହାକୁ ଆଧାର ସହିତ ଲିଙ୍କ୍ କରି ଠକେଇକୁ ବଞ୍ଚିବା ସହ ଅନେକ ଲାଭ ମଧ୍ୟ ଉଠାଇପାରିବେ । ଏଭଳି ପରିସ୍ଥିତିରେ ଆଧାର କାର୍ଡକୁ ରାସନ କାର୍ଡ ସହିତ ଲିଙ୍କ କରିବା ଉଚିତ, ଯାହା ଦ୍ୱାରା ଆପଣ କୌଣସି ଲାଭରୁ ବଞ୍ଚିତ ହେବେ ନାହିଁ । ଆଧାର କାର୍ଡକୁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ପଦ୍ଧତି ମାଧ୍ୟମରେ ରାସନ କାର୍ଡ ସହିତ ଲିଙ୍କ କରାଯାଇପାରିବ ।

ଏହିପରି କରନ୍ତୁ ଲିଙ୍କ୍ :-
ଯଦି ଆପଣ ଅଫଲାଇନ୍ ରାସନ୍ କାର୍ଡ ଏବଂ ଆଧାର କାର୍ଡକୁ ଲିଙ୍କ୍ କରିବାକୁ ଚାହୁଁଛନ୍ତି, ତେବେ ନିମ୍ନରେ କିଛି ଷ୍ଟେପ୍ ଦିଆଯାଇଛି । ଏହି ଷ୍ଟେପ୍ ମାଧ୍ୟମରେ ଆପଣ ରାସନ କାର୍ଡ ସହ ଆଧାରକୁ ଲିଙ୍କ କରିପାରିବେ ।

– ସମସ୍ତ ପ୍ରମାଣପତ୍ରକୁ ନିକଟସ୍ଥ ପବ୍ଲିକ୍ ବିତରଣ ସିଷ୍ଟମ୍ (ପିଡିଏସ) କିମ୍ବା ରାସନ ଦୋକାନକୁ ଆଣ ।
– ପିଡିଏସ / ରେସନ୍ ଦୋକାନରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ ।
– ଆପଣଙ୍କର ଆଧାର କାର୍ଡ ଯାଞ୍ଚ କରିବାକୁ, ପିଡିଏସ/ ରାସନ୍ ଦୋକାନ ପ୍ରତିନିଧୀ ଫିଙ୍ଗର ପ୍ରିଣ୍ଟ ପ୍ରାମାଣିକିକରଣ ପାଇଁ ଅନୁରୋଧ କରିପାରନ୍ତି ।
– ଡକ୍ୟୁମେଣ୍ଟ ଦାଖଲ କରିବା ଏବଂ ପ୍ରକ୍ରିୟା ଆରମ୍ଭ ହେବା ପରେ ଆପଣଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ ।
– ଆଧାର କାର୍ଡ ସଫଳତାର ସହ ରାସନ କାର୍ଡରେ ଲିଙ୍କ ହୋଇଛି ବୋଲି ଆପଣଙ୍କୁ ଆଉ ଏକ ଏସଏମଏସ ମିଳିବ ।

Get real time updates directly on you device, subscribe now.