WTC Points Table: ଇଂଲଣ୍ଡ ଉପରେ ଜରିମାନା ଲଗାଇଲା ICC, WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ

ଲର୍ଡସ୍ ଟେଷ୍ଟ ଜିତିବା ସତ୍ତ୍ୱେ ଇଂଲଣ୍ଡକୁ ବଡ଼ କ୍ଷତି ।

ନୂଆଦିଲ୍ଲୀ: ଲର୍ଡସ୍ ଟେଷ୍ଟ ଜିତି ଇଂଲଣ୍ଡ 5 ଟିକିଆ ଟେଷ୍ଟ ସିରିଜରେ 2-1 ରେ ଆଗୁଆ ହୋଇଛି । କିନ୍ତୁ ସେହି ଟେଷ୍ଟରେ ହୋଇଥିବା ଏକ ଭୁଲ ପାଇଁ ଇଂଲଣ୍ଡ ଟିମ ଉପରେ ଜରିମାନା ଲଗାଯାଇଛି ।

ICC ଦ୍ୱାରା ଇଂଲଣ୍ଡ ଉପରେ ଏହି ଜରିମାନା ଲଗାଯାଇଛି । ଏହି ଜରିମାନା ସିଧାସଳଖ WTC ପଏଣ୍ଟ ଟେବୁଲକୁ ପ୍ରଭାବିତ କରିଛି । ଯେଉଁଠାରେ ଇଂଲଣ୍ଡ ଏବେ 2 ପଏଣ୍ଟ ହରାଇଛି ।

WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ- ଲର୍ଡସ୍ ଟେଷ୍ଟରେ ସ୍ଲୋ ଓଭର ରେଟ୍ ପାଇଁ ଇଂଲଣ୍ଡ ଦଳକୁ ଜରିମାନା କରାଯାଇଛି । ଇଂଲଣ୍ଡ ଦଳ ନିର୍ଦ୍ଧାରିତ ସମୟରେ 2 ଓଭର କମ୍ ବୋଲିଂ କରିଥିଲା। ଏହି କାରଣରୁ ଓ୍ବାଲଡ ଟେଷ୍ଟ ଚାମ୍ପିଅନସିପ 2025-27ର ପଏଣ୍ଟ ଟେବୁଲରୁ 2 ପଏଣ୍ଟ କଟାଯାଇଛି । ଇଂଲଣ୍ଡ ତୃତୀୟ ସ୍ଥାନକୁ ଖସିଯାଇଚଛି ।

ପୂର୍ବରୁ ଇଂଲଣ୍ଡର ପଏଣ୍ଟ ତାଲିକାରେ 24 ପଏଣ୍ଟ ଥିଲା କିନ୍ତୁ ଏବେ ପଏଣ୍ଟ ତାଲିକାରେ ଏହା ମାତ୍ର 22 ପଏଣ୍ଟ ପାଇଛି । ଏହା ପରେ ଏହାର ପଏଣ୍ଟ ପ୍ରତିଶତ ମଧ୍ୟ 66.67 ପ୍ରତିଶତରୁ ହ୍ରାସ ପାଇ 61.11 ପ୍ରତିଶତ ହୋଇଛି । ଇଂଲଣ୍ଡ ତଳକୁ ଖସିଯିବାରୁ ଶ୍ରୀଲଙ୍କା ସିଧାସଳଖ ଲାଭ ପାଇଛି, ଯାହା ଏବେ 66.67 ପଏଣ୍ଟ ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ଆସିଛି ।

ଖେଳାଳିଙ୍କ ମ୍ୟାଚ୍ ଫି କଟିଲା- ୨ ପଏଣ୍ଟ କାଟିବା ବ୍ୟତୀତ, ଇଂଲଣ୍ଡ ଦଳର ଖେଳାଳିଙ୍କ ମ୍ୟାଚ୍ ଫି ମଧ୍ୟ ୧୦ ପ୍ରତିଶତ କଟାଯାଇଛି । ଇଂଲଣ୍ଡ ୨ ଓଭର କମ୍ ବୋଲିଂ କରିଥିବା କଥାକୁ ମନେ ରଖି ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଇଂଲଣ୍ଡ WTC ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ, ଟିମ୍ ଇଣ୍ଡିଆ ପୂର୍ବରୁ ଚତୁର୍ଥ ସ୍ଥାନରେ ଅଛି। ଅଷ୍ଟ୍ରେଲିଆ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି।