ଭାରତକୁ ଏତିକି ରନର ଟାର୍ଗେଟ ଦେଲା ଇଂଲଣ୍ଡ, ରୋହିତ ଏବଂ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର
ଭାରତକୁ ଏତିକି ରନର ଟାର୍ଗେଟ ଦେଲା ଇଂଲଣ୍ଡ
କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ୱାନ ଡେ ସିରିଜ ଚାଲିଛି। ଏହାରି ମଧ୍ୟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିଥିଲା। ପ୍ରଥମ ଇଂନିସ ଶେଷ ହୋଇଛି, ଏବଂ ଦ୍ୱିତୀୟ ଇଂନିସ ଆରମ୍ଭ ହେବ।
ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଟିମ 304 ରନ୍ ହାସଲ କରିଛି। ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ଅଧିକ ୧୦ ଓଭରରେ ୩୫ ରନ ଦେଇ ୩ ୱିକେଟ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ମୋହମ୍ମଦ ଶାମୀ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବରୂଣ-ଚକ୍ରବର୍ତ୍ତୀ ଗୋଟିଏ-ଗୋଟିଏ ୱିକେଟ ହାସଲ କରିଛନ୍ତି।
ଇଂଲଣ୍ଡର ଟିମ ସମୁଦାୟ 304 ରନ କରିଛି। ୩୦୫ ରନ ଭାରତ ପାଇଁ ଚ୍ୟାଲେଞ୍ଜିଂ ରହିଛି। ସବୁ ଦର୍ଶକଙ୍କ ନଜର ଭାରତୀୟ ଖେଳାଳି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିଛି। ତେବେ କଟକ ବାରବାଟୀରେ କେମିତି ଖେଳିବ ଭାରତୀୟ ଟିମ, ସେଥିପ୍ରତି ସମସ୍ତଙ୍କ ଉତ୍ସାହ ରହିଛି।
ଟିମ ଇଣ୍ଡିଆ ପ୍ରଥମ ୱାନଡେ ମ୍ୟାଚ ଜିତି ସିରିଜରେ ୧-୦ର ବୃଦ୍ଧି ହାସଲ କରିଥିଲା। ବର୍ତ୍ତମାନ ସେ ଜିତିବାର ଲକ୍ଷ୍ୟ ରଖିଛି। ମହମ୍ମଦ ଶାମୀ ଗସ ଏଣ୍ଟକିସନଙ୍କୁ ଆଉଟ କରିଦେଇଥିଲେ। ସେ ମ୍ୟାଚରେ ମାତ୍ର ୩ ରନ କରିଥିଲେ। ଶାମିଙ୍କୁ ମ୍ୟାଚର ପ୍ରଥମ ୱିକେଟ ମିଳିଛି। ଇଂଲଣ୍ଡ ନିଜର ୭ ୱିକେଟ ହରାଇଛି।