fbpx

ବିଶ୍ୱକପର ଉଦଘାଟନୀ ମ୍ୟାଚ ; ନ୍ୟୁଜିଲାଣ୍ଡ ଆଗରେ ୨୮୩ ଅଙ୍କର ରନ ଟାର୍ଗେଟ ରଖିଲା ଇଂଲଣ୍ଡ

AAKASH

ଅହମଦାବାଦ : ଆଜି ଆଇସିସି ଦିନକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚ ଅବସରରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରତିଦ୍ୱନ୍ଦୀତା ଜାରି ରହିଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତିଥିବା ବେଳେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ପଡିଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୮୨ ରନ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ମୋଟ ୨୮୩ ଅଙ୍କର ରନ ଟାର୍ଗେଟ ନ୍ୟୁଜିଲାଣ୍ଡ ଆଗରେ ରହିଛି । ଗତ ଥରର ବିଜେତା ଇଂଲଣ୍ଡ ଦଳ ଓ ଉପବିଜେତା ନ୍ୟୁଜିଲାଣ୍ଡ ଦଳ ମଧ୍ୟରେ ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ରହିଛି । ତେବେ ଏହି ୨୮୩ ଅଙ୍କର ରନ ଟାର୍ଗେଟକୁ ନ୍ୟୁଜିଲାଣ୍ଡ ସାମ୍ନା କରି ପାରୁଛି କି ନା ନାହିଁ ତାହା ଦେଖିବାକୁ ବାକି ରହିଛି ।

Get real time updates directly on you device, subscribe now.