fbpx
BSKY
BJD MC SKY
BJD YOUTH SKY

(Video) କାହିଁକି ସବୁ ମାଇଲଖୁଣ୍ଟର ରଙ୍ଗ ଥାଏ ଅଲଗା? ସବୁ ରଙ୍ଗ ଦେଇଥାଏ ଭିନ୍ନ ସଂକେତ…

ରାସ୍ତାରେ ଗଲାବେଳେ ଅନେକ ଜିନିଷ ଆମ ନଜରକୁ ଆସିଥାଏ । ଆମ ନଜରରେ ପଡ଼ୁଥିବା ସବୁ ଜିନିଷ ମନେ ରହେ ନାହିଁ । ସେଥମଧ୍ୟରୁ କିଛି ଆମେ ମାନେ ରଖିଥାଉ ତ କିଛି ଭୁଲିଯାଉ । ରାସ୍ତା କଡରେ ପୋତାଯାଇଥିବା ମାଇଲ ଖୁଣ୍ଟ ଉପରେ ସମସ୍ତଙ୍କ ନଜର ପଡିଥାଏ । ଏହି ମାଇଲ ଖୁଣ୍ଟରେ ଜାଗାର ନାଁ ସହ ଦୂରତ୍ୱ ଲେଖାଯାଇଥାଏ । ତେବେ ଆପଣ କେବେ ଏହି ମାଇଲ ଖୁଣ୍ଟକୁ ଧ୍ୟାନ ଦେଇ ଦେଖିଛନ୍ତି କି? ଯଦି ଦେଖିଛନ୍ତି ତାହେଲେ ନିଶ୍ଚୟ ଅନୁମାନ କରିଥିବେ ଏହା ବିଭିନ୍ନ ରଙ୍ଗରେ ରଙ୍ଗା ଯାଇଥାଏ । କେତେକ ମାଇଲ ଖୁଣ୍ଟରେ ସବୁଜ ରଙ୍ଗ ତ କେତେକ ମାଇଲ ଖୁଣ୍ଟରେ ହଳଦିଆ ରଙ୍ଗ ମରାଯାଇଥାଏ । ପୁଣି କେତେକ ମାଇଲ ଖୁଣ୍ଟରେ ନାଲି ରଙ୍ଗ ଏବଂ ଧଳା ମରାଯାଇଥାଏ ।

ତେବେ ସବୁଜ ରଙ୍ଗର ଏକ ଅଲଗା କାରଣ ରହିଛି । ଏହି ରଙ୍ଗ ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଂଚିବାରେ ସାହାଯ୍ୟ କରିଥାଏ । ଧଳା ମାଇଲଖୁଣ୍ଟରେ ହଳଦିଆ ରଙ୍ଗର ମାନେ କଣ ଆସନ୍ତୁ ଜାଣିବା
ଯେଉଁଠି ଆପଣଙ୍କୁ ଧଳା ମାଇଲଖୁଣ୍ଟରେ ହଳଦିଆ ରଙ୍ଗ ମରାଯାଇଥିବା ଦେଖିବାକୁ ମିଳିବ ଆପଣ ଜାଣିବେ ଯେ, ଆପଣ ଜାତୀୟ ରାଜପଥରେ ଗତି କରୁଛନ୍ତି । ଧଳା ହଳଦିଆ ଖୁଣ୍ଟ ଜାତୀୟ ରାଜପଥ କଡରେ ହିଁ ଲଗାଯାଇଥାଏ ।

ସେହିପରି ରାସ୍ତା କଡରେ ଆପଣ ଧଳା ମାଇଲଖୁଣ୍ଟରେ ସବୁଜ ରଙ୍ଗ ଦିଆଯାଇଥିବା ନିଶ୍ଚୟ ଦେଖିଥିବେ । ଏହାର ମାନେ ହେଲା ଆପଣ ରାଜ୍ୟ ରାଜପଥ ଦେଇ ଗତି କରୁଛନ୍ତି । ଏହି ରାସ୍ତାର ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ବହନ କରିଥାନ୍ତି ।

ଅନ୍ୟପଟେ ରାସ୍ତା କଡରେ ଧଳା ମାଇଲଖୁଣ୍ଟରେ କଳା ରଙ୍ଗ ମରାଯାଇଥିବା ଅବଶ୍ୟ ଦେଖିଥିବେ । ଏହାର ମାନେ ଆପଣ ଏକ ବଡ ସହର ପାଖାପାଖି ଅଛନ୍ତି । ଆପଣ ଯେଉଁ ରାସ୍ତା ଦେଇ ଯାଉଛନ୍ତି ସେହି ରାସ୍ତା ସେହି ବଡ ସହରକୁ ସଂଯୋଗ କରୁଛି ଅବଂ ଏକ ଜିଲ୍ଲାର ଅଧୀନରେ ରହିଛି ।

ରାସ୍ତାରେ ଯଦି ଧଳା ନାରଙ୍ଗୀ ମାଇଲଖୁଣ୍ଟ ଦେଖିବାକୁ ମିଳେ ତାହେଲେ ଜାଣିବେ ଆପଣ ସେହି ସଡକର ନିର୍ମାଣ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାର ଅନ୍ତର୍ଭୁକ୍ତ । ଏହି ରାସ୍ତା ରାଜପଥରୁ କୌଣସି ଏକ ଗାଁକୁ ଯାଉଥିବା ଲିଙ୍କ ରୋଡ଼ ବୋଲି ଜାଣିବେ ।

Get real time updates directly on you device, subscribe now.