fbpx

ଭୀଷଣ ସୁନାମୀ, ପୃଥିବୀକୁ ଆସିବେ ଏଲିୟନ: ଭବିଷ୍ୟତରୁ ଫେରି ଭୟଙ୍କର ଦାବି କଲେ ଏନୋ

ନୂଆଦିଲ୍ଲୀ: ଆଜିକାଲି ବିଜ୍ଞାନ ଏବଂ ଟେକ୍ନୋଲୋଜି ଖୁବ ଆଗକୁ ଗଲାଣି । ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଆବିଷ୍କାର କରୁଥିବା ବେଳେ ଟାଇମ ଟ୍ରାଭେଲ ପାଇଁ କ୍ୟାପ୍ସୁଲ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଚେଷ୍ଟା ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ଏହି ଚେଷ୍ଟାରେ ସଫଳତା ମିଳିପାରିନାହିଁ । କିନ୍ତୁ କିଛି ଲୋକ ଭବିଷ୍ୟତକୁ ଯାଇ ପୁଣିଥରେ ଫେରିଥିବା ନେଇ ଦାବି କରୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହିଭଳି ଜଣେ ବ୍ୟକ୍ତିଙ୍କର ଭବିଷ୍ୟବାଣୀ ଭାଇରାଲ ହେବାରେ ଲାଗିଛି ।

ଏନୋ ଅଲାରିକ ନାମକ ଜଣେ ବ୍ୟକ୍ତି ୨୬୭୧ ମସିହା ପର୍ଯ୍ୟନ୍ତ ଯାଇ ପୁଣିଥରେ ଫେରିଥିବା ନେଇ ଦାବି କରିଛନ୍ତି । ସେ ନିଜକୁ ଟାଇମ ଟ୍ରାଭେଲର ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ୨୦୨୩ ମସିହାରେ ଅନେକ ପ୍ରକାରର ଘଟଣାବଳୀ ହେବାକୁ ଯାଉଛି । ସେ ଅନଲାଇନରେ ଲୋକଙ୍କୁ ଭବିଷ୍ୟତର ତଥ୍ୟ ଦେଉଛନ୍ତି । ତାଙ୍କର ଏହି ଭବିଷ୍ୟବାଣୀକୁ ୨୬ ହଜାରରୁ ଅଧିକ ଥର ଦେଖାସରିଛି । ଲୋକମାନଙ୍କୁ ନିଜ ଭବିଷ୍ୟବାଣୀଗୁଡିକର ଲିଷ୍ଟ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ବର୍ଷ ପୃଥିବୀକୁ ଅନ୍ୟ ଗ୍ରହର ଏଲିୟନ୍ସ ଆସିବେ । ଏହାସହିତ ପୃଥିବୀ ପରି ଆଉ ଏକ ଗ୍ରହ ମିଳିବ ବୋଲି କହି ଏକ ଭିଡିଓ ପୋଷ୍ଟ କରିଛନ୍ତି ଏନୋ । ତେବେ ଆସନ୍ତୁ ଜାଣିବା ଏନୋଙ୍କ ଭବିଷ୍ୟବାଣୀ ଅନୁଯାୟୀ, କେମିତି ରହିବ ୨୦୨୩ ମସିହା ।

ମାର୍ଚ୍ଚ-୨୩: ୮ହଜାର ଲୋକଙ୍କୁ ଏଲିୟନ ପୃଥିବୀକୁ ରକ୍ଷା କରିବା ପାଇଁ ଚୟନ କରିବ ଯାହାର ନାମ ରହିବ ଚମ୍ପିଆନ ।

ମାର୍ଚ୍ଚ-୧୫: ସେନ ଫ୍ରାଙ୍କସିକୋରେ ୭୫୦ ଫୁଟ ଉଚ୍ଚତାର ଏକ ସୁନାମି ଆସିବ । ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ନେଇ ସୂଚନା ମିଳିଛି ।

ଜୁନ-୧୮: ଅଚାନକ ୭ ଜଣ ବ୍ୟକ୍ତି ଆକାଶରୁ ତଳକୁ ଖସିବେ ବୋଲି ଏନୋ ଭବିଷ୍ୟବାଣୀ କରିଛନ୍ତି ।

ଅଗଷ୍ଟ-୧୨: ବୈଜ୍ଞାନିକମାନେ ସ୍କିନ କ୍ୟାନ୍ସର ସହ ଜଡିତ ଉପାଚାର କୋଜି ବାହାର କରିବେ ।

ଡିସେମ୍ବର-୩: ଏହି ଦିନ ଏକ ଏମିତି କ୍ରିଷ୍ଟାଲ ମିଳିବ ଯାହାଦ୍ୱାରା ଅନେକ ରୋଗ ଠିକ ହୋଇପାରିବ ।

ଡିସେମ୍ବର-୨୯: ଷ୍ଟେମ ସେଲ୍ସ ଦ୍ୱାରା ନୂଆ ଅର୍ଗାନ୍ସ ସୃଷ୍ଟି କରାଯାଇ ପାରିବ ।

Get real time updates directly on you device, subscribe now.