fbpx

BRSର ପୋଷ୍ଟର ୱାର,ଏପରି ଲେଖିଦେଲେ; ସୋସିଆଲ ମିଡିଆରେ ପୋଷ୍ଟ ହେଉଛି ଭାଇରଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) କାର୍ଯ୍ୟାଳୟରେ ହାଜର ହେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କବିତା । ତେବେ ରହ ପୂର୍ବରୁ ବିଆରଏସ ହାଇଦ୍ରାବାଦରେ ଯେଉଁ ଭଳି ପୋଷ୍ଟର ଲାଗିଛି ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଲଗାଯାଇଥିବା ପୋଷ୍ଟରରେ ଅନ୍ୟ ଦଳର ନେତାମାନେ ଗୋଟିଏ ପଟେ ବିଜେପିରେ ଯୋଗ ଦେଇଥିବା ବେଳେ ଅନ୍ୟ ପଟେ କବିତାଙ୍କୁ ପ୍ରଦର୍ଶିତ କରାଯାଇଛି । ଏହା ନିମ୍ନରେ ଲେଖାଯାଇଛି – ବାଏ ବାଏ ମୋଦୀ।

ହାଇଦ୍ରାବାଦରେ ବିଆରଏସ ଦ୍ୱାରା ଲଗାଯାଇଥିବା ପୋଷ୍ଟରରେ ବିଭିନ୍ନ ନେତାଙ୍କ ଫଟୋ ରହିଛି ଯେଉଁମାନେ ପୂର୍ବରୁ ଅନ୍ୟ ଦଳର ଥିଲେ ଏବଂ ପରେ ବିଜେପିରେ ଯୋଗ ଦେଇଥିଲେ। ଅନ୍ୟ ଦଳରୁ ବିଜେପିରେ ଯୋଗ ଦେଉଥିବା ନେତାମାନଙ୍କୁ ପୋଷ୍ଟରର ଗୋଟିଏ ପାର୍ଶ୍ୱରେ ଦେଖାଯାଇଥିବାବେଳେ ଅନ୍ୟ ପଟେ BRS ର କବିତାଙ୍କୁ ଦେଖିବାକୁ ମିଳିଛି ।

ଏହାପୂର୍ବରୁ ଶୁକ୍ରବାର ଦିନ କବିତା ସଂସଦର ଚଳିତ ବଜେଟ୍ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଦାବି କରି ରାଜଧାନୀର ଜନ୍ତର ମନ୍ତ୍ରର ରେ ଅନଶନ ଆରମ୍ଭ କରିଥିଲେ। ଶୁକ୍ରବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବାଅନଶନ କୁ ଦର୍ଶାଇ ସେ ଅନୁସନ୍ଧାନକାରୀ ସଂସ୍ଥାକୁ ତାଙ୍କ ପ୍ରଶ୍ନକୁ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଥିଲେ ।
ସୂଚନାଯୋଗ୍ୟ, ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆଙ୍କୁ ଇଡି ଗିରଫ କରିଛି। ସୂଚନାନୁସାରେ, ସୋମବାର ରାତିରେ ମଦ ନୀତି ମାମଲାରେ ଗିରଫ ହୋଇଥିବା ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କ ସାମ୍ନାରେ ଆଜି କବିତାଙ୍କୁ ପଚରା ଉଚୁରା କରାଯିବ।

Get real time updates directly on you device, subscribe now.