fbpx

ବାଂଲାଦେଶର ସିଜଲିଂ ଆକ୍ଟ୍ରେସ, ନିଜର ଚାହାଣୀରେ ସେମାନେ ଲେଖୁଛନ୍ତି କାହାଣୀ, ବଲିଉଡର ବୁଲବୁଲମାନେ ମଧ୍ୟ ତାଙ୍କ ପଛରେ ପଡି ଯାଆନ୍ତି, ପଢନ୍ତୁ…

ଓଡିଶା ଭାସ୍କର: ବଲିଉଡ ଅଭିନେତ୍ରୀମାନେ ସାରା ବିଶ୍ୱରେ ଲୋକପ୍ରିୟ ଅଟନ୍ତି । ସେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ କିମ୍ବା ପ୍ରିୟଙ୍କା ଚୋପ୍ରା, ଏମାନଙ୍କ ଦବଦବା ସାରା ବିଶ୍ୱରେ ରହିଛି । ମାତ୍ର ଏମିତି କେତେ ଜଣେ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବାଂଲାଦେଶରୁ ଆସନ୍ତି । ଏମାନେ ବଲିଉଡ ହିରୋଇନଙ୍କୁ ମାତ ଦିଅନ୍ତି ।

ସେମିତି ଜଣେ ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ଅଟନ୍ତି ନୁସରତ ଫାରିଆ ଯିଏ ବାଂଲାଦେଶର ବେଶ୍ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଜଣେ ମଡେଲ, ଗାୟିକା, ଉପସ୍ଥାପିକା ତଥା ରେଡିଓ ଜକି ଭାବରେ ବେଶ୍ ନାଁ କରିଛନ୍ତି । ତାଙ୍କର ଷ୍ଟାଇଲ ଓ ସୌନ୍ଦର୍ଯ୍ୟରେ ଫୁଲରେ ଭ୍ରମର ଓ ମହୁମାଛି ପରାଗର ସନ୍ଧାନ କଲାଭଳି ତାଙ୍କର ଫ୍ୟାନ୍ସ ସିନେମାରେ ତାଙ୍କୁ ଦେଖିବା ପାଇଁ ଅନୁସନ୍ଧିତ୍ସୁ ହୋଇ ଉଠନ୍ତି । ଅଭିନେତ୍ରୀଙ୍କ ଚାହାଣୀ ହିଁ ତାଙ୍କ ସିନେମାର ଚାହାଣୀ ସାଜିଯାଏ । ଏହାବାଦ ନୁସରତ ‘ବଙ୍ଗବନ୍ଧୁ’ ର ବାୟୋପିକ ମୁଜିବ: ଦ ମେକିଂ ଅଫ ନେଶନରେ ଶେଖ ହସିନାଙ୍କ ଭୂମିକାରେ ନଜର ଆସିଥିଲେ । ତତସହିତ ସେ ଭାରତୀୟ ଅଭିନେତା ଜିତଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି । ଏବେ ତାଙ୍କ ହାତରେ ‘ଢାକା ୨୦୨୪’, ‘ୱିଡିଂ ବେଲ୍ସ’, ‘ରକଷ୍ଟାର’ ତଥା ‘ଫୁଟବଲ’ ଭଳି ଅନେକ ସିନେମା ରହିଛି ।

ବାଂଲାଦେଶ ସିନେ ଜଗତର ପ୍ୟାରୀ ମୋନୀ ମଧ୍ୟ ଆଉ ଜଣେ ପ୍ରସିଦ୍ଧ ନାୟିକା ଅଟନ୍ତି । ଯାହାଙ୍କ ପାଇଁ ଅନେକ ନାୟକ ପାଗଳ ହୁଅନ୍ତି । ପ୍ୟାରୀ ‘ରୋକତୋ’, ‘ମହୁଆ ସୁନ୍ଦରୀ’ ଭଳି ସିନେମାରେ ଅଭିନୟ କରିଛନ୍ତି । ତାଙ୍କର ନୈଚୁରାଲ (NATURAL BEAUTY) ବ୍ୟୁଟି ଫ୍ୟାନ୍ସଙ୍କ ହୃଦୟକୁ ଘାଇଲା କରିବା ପାଇଁ ଯଥେଷ୍ଟ । ଏହାବାଦ ରଫିୟତ ରଶିଦ ମିଥିଲା ବି ଜଣେ ପାରଙ୍ଗମ ଅଭିନେତ୍ରୀ ବାଂଲାଦେଶ ପାଇଁ । ତାଙ୍କର ସିନେମା ଉଭୟ ବାଂଲାଦେଶ ଓ କୋଲକାତାରେ ଖୁବ ଦୌଡିଥାଏ । ଏହି ଅଭିନେତ୍ରୀ ଜଣକ ୨୦୦୬ ମସିହାରୁ ସିନେ ଜଗତରେ ସକ୍ରିୟ ରହିଛନ୍ତି ।

ସେପଟେ ବିଦ୍ୟା ସିହ୍ନା ବି ବଲିଉଡ ଅଭିନେତ୍ରୀଙ୍କୁ ମାତ ଦେବାର କ୍ଷମତା ରଖନ୍ତି । ୨୦୦୮ ମସିହାରେ ସେ ସିନେମାରେ ପଦାର୍ପଣ କରିଥିଲେ । ସେ  lux Channel I Superstar 2007  ଜିତି ସାରିଛନ୍ତି । LUX ସାବୁନ ଭଳି ତାଙ୍କ ଶରୀର ବି ଲାଗେ ସେତେ କୋମଳ ଓ ସୁଢୁଳ । ତାହାସହ ସେ ବେଶ୍ ସେକ୍ସି ବି ଲାଗନ୍ତି । ଅଭିନୟ ସାଙ୍ଗକୁ ସେ ଆଦା ଜାହିର କରିବାରେ ପାରଙ୍ଗମ । ଯେଉଁଥିରେ ଫ୍ୟାନ୍ସଙ୍କ ଲୋମ ଟାଙ୍ଗୁରୀ ଉଠେ ଓ ସେମାନେ ରୋମାନ୍ସର ଚରମସୀମା ପାର କରି ଯାଆନ୍ତି ।

ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀ ରହିଛନ୍ତି ଯାହାଙ୍କ ନାମ Sadia jahan Prova ନିଜର ପ୍ରୋଫେସନଲ ଲାଇଫ ସାଙ୍ଗକୁ ପର୍ସନାଲ ଲାଇଫ ପାଇଁ ସେ ବେଶ୍ ଚର୍ଚ୍ଚିତ । ସେ ୨୦୧୦ ମସିହାରେ ଅଭିନେତା Ziaul Faruq ଙ୍କୁ ବିବାହ କରିଥିଲେ । କିନ୍ତୁ, ଗୋଟିଏ ବର୍ଷ ବି ସେମାନେ ଏକାଠି ରହିପାରିଲେ ନାହିଁ । ପରେ ସେ ୨୦୧୨ ମସିହାରେ ମହମୁଦଙ୍କୁ ବିବାହ କରି ୨୦୨୧୪ ମସିହାରେ ତାଙ୍କୁ ତଲାକ ଦେଇଥିଲେ । ଏବେ ଏହି ଅଭିନେତ୍ରୀ ଜଣକ ଟେଲିଭିଜନରେ କାମ କରୁଛନ୍ତି । ପ୍ରାୟ ସମୟରେ ସେ ଶାଢୀରେ ଫଟୋ ସେୟାର କରନ୍ତି । ଯାହା ପ୍ରଶଂସକଙ୍କ ହୃଦୟ କେଇ ମିନିଟରେ ଜିଣି ନିଏ ।

Get real time updates directly on you device, subscribe now.