fbpx

ପ୍ରଥମ ଥର ଗବେଷଣାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା: ଆବର୍ଜନାର ପାହାଡ଼ କାରଣରୁ ବଢ଼ୁଛି ବାୟୁମଣ୍ଡଳର ତାପମାତ୍ରା

ନୂଆଦିଲ୍ଲୀ: ଆପଣ ଯେ କୌଣସି ସହରକୁ ଯାଆନ୍ତି ସେଠାରେ ଗୋଟିଏ ଜିନିଷ କମନ୍ ଦେଖିବାକୁ ପାଇବେ । ତାହା ହେଉଛି ‘ଆବର୍ଜନାର ପାହାଡ଼’ । ତେବେ ଏହି ଆବର୍ଜନା ଆମ ପରିବେଶ ତଥା ଆମର ସ୍ୱାସ୍ଥ୍ୟ ପାଇଁ କେତେ ଯେ କ୍ଷତିକାରକ ତାହା ବୋଧହୁଏ ଆପଣମାନେ କେବେ ବି କଳ୍ପନା କରିନଥିବେ । ଏହି କୁଢ଼ କୁଢ଼ ଆର୍ବଜନା କାରଣରୁ ବାହୁମଣ୍ଡଳରେ ତାପାମାତ୍ରା ବୃଦ୍ଧି ପାଉଛି । ଆର୍ବଜନାକୁ ନେଇ କରାଯାଇଥିବା ରିସର୍ଚ୍ଚରୁ ନିକଟରେ ଏକ ବଡ଼ ଖୁଲାସା ହୋଇଛି ।

ଏହି ଆବର୍ଜନାର ଡମ୍ପରୁ ବହୁ ମାତ୍ରାରେ ମିଥେନ୍ ନିର୍ଗତ ହୋଇଥାଏ । ମିଥେନ କାରଣରୁ ଗ୍ଲୋବାଲ ୱାର୍ମିଂ ଓ ସହରର ତାପାମତ୍ରା ବୃଦ୍ଧି ହୋଇଥାଏ । ଆମେରିକାର ୧୨୦୦ଟି କଚରା ଡମ୍ପକୁ ନେଇ ଏହି ଗବେଷଣା କରାଯାଇଥିଲା । ଆବର୍ଜନାର ପାହାଡ଼ ଆମର ସହର, ରାଜ୍ୟ, ଦେଶ ଓ ଦୁନିଆର ଜଳବାୟୁକୁ କିପରି ପରିବର୍ତ୍ତନ କରୁଛି ତାହା ଜଣାପଡ଼ିଥିଲା । ପୂର୍ବରୁ ଆବର୍ଜନା ଡମ୍ପକୁ ନେଇ ଏଭଳି ରିସର୍ଚ୍ଚ କରାଯାଇନଥିଲା । ତେଣୁ ଏହା ଆମର ଆଖି ଖୋଲିବା ଭଳି ଏକ ବଡ଼ ଖୁଲାସା ।

ସାଧାରଣ ଭାବେ ତୈଳ ଓ ଗ୍ୟାସ ଉତ୍ପାଦନ ସମୟରେ ମିଥେନ୍ ନିର୍ଗତ ହୋଇଥାଏ । କାର୍ବନ ଡାଇଅକ୍ସାଇଡ ପରି ମିଥେନ ମଧ୍ୟ ଏକ ପ୍ରମୁଖ ଗ୍ରୀନ ହାଉସ୍ ଅଟେ । ଏହା କାରଣରୁ ଦୁନିଆରେ ଗରମ ହେବାରେ ଲାଗିଛି । ମିଥେନ ଆକାଶରେ ଏକ ଅଦୃଶ୍ୟ ସ୍ତର ନିର୍ମାଣ କରିଥାଏ, ଫଳରେ ସୂର୍ଯ୍ୟଙ୍କ ଉତ୍ତାପ ବାୟୁମଣ୍ଡଳ ବାହାରକୁ ବାହାରି ପାରିନଥାଏ । ଏହା କାରଣରୁ ଗରମ ବଢ଼ୁଛି । ମିଥେନ ବାୟୁମଣ୍ଡଳରେ କମ୍ ସମୟ ପାଇଁ ରହିଥାଏ, ମାତ୍ର କାର୍ବନ ଡାଇଅକ୍ସାଇଡଠାରୁ ଏହା ୮୦ ଗୁଣ ଅଧିକ ଗରମକୁ ରୋକିଥାଏ । ଏହି ଗରମକୁ ରୋକିବାକୁ ସିଇଓ୨କୁ ୨୦ ବର୍ଷ ସମୟ ଲାଗିଯାଇଥାଏ ।

ପରିବେଶ ସୁରକ୍ଷା ସଂସ୍ଥାର ଅନୁମାନ ମୁତାବକ, ଆମେରିକାରେ ମଣିଷଙ୍କ ପାଇଁ ମିଥେନ ଅତ୍ୟଧିକ ମାତ୍ରାରେ ନିର୍ଗତ ହେବାରେ ଲାଗିଛି । ଏହି ନିର୍ଗମନ ଆମେରିକାରେ ୨.୩୦ କୋଟି କାର ଦ୍ୱାରା ଏକ ବର୍ଷ ମଧ୍ୟରେ ହେଉଥିବା ନିର୍ଗମନଠାରୁ ଅଧିକ ଅଟେ । ଆଉ ଏକ ସମସ୍ୟା ହେଉଛି, ମିଥେନ କାରଣରୁ ଆବର୍ଜନା ଡମ୍ପରେ କାମ କରୁଥିବା ଲୋକଙ୍କର ଶାରୀରିକ ସମସ୍ୟା ଦେଖାଦେଉଛି । ଏଥିସହିତ ପାହାଡ଼ର ନିକଟବର୍ତ୍ତୀ ଅଞ୍ଚଳ ମଧ୍ୟ ପ୍ରଦୂଷିତ ହେଉଛି । ବାୟୁରେ ବିଷୟ ମିଶ୍ରଣ ହେବାରେ ଲାଗିଛି ।
ଆବର୍ଜନା ଡମ୍ପରେ ପଡ଼ି ରହିଥିବା ମଇଳା ଖାଦ୍ୟରୁ ବହୁ ମାତ୍ରାରେ ମିଥେନ ବାହାରିଥାଏ । ଏହି କାରଣରୁ ଡମ୍ପରି ଚାରିପାଖରେ ଅକ୍ସିଜେନର ମାତ୍ରା କମିବାରେ ଲାଗିଥାଏ । ଏଥିପାଇଁ ଆମେରିକାର ୨୦ ପ୍ରତିଶତ ଖୋଲା ଡମ୍ପ ଉପରେ ଗବେଷଣା କରାଯାଇଥିଲା । ଆବର୍ଜନା ଡମ୍ପ ଭିତରେ ବହୁ ମାତ୍ରାରେ ମିଥେନ ଜମା ହୋଇ ରହିଥାଏ । ଫଳରେ ସେଥିରେ ନିଆଁ ଲାଗିବାର ଆଶଙ୍କା ରହିଥାଏ । ଉକ୍ତ ଅଗ୍ନି ସହଜରେ ଲିଭି ନଥାଏ । ସେଥିପାଇଁ ତାହା ଅନେକ ଦିନ ପର୍ଯ୍ୟନ୍ତ ମଧ୍ୟ ଜଳୁଥାଏ ।

Get real time updates directly on you device, subscribe now.