fbpx
BJD SKY
BJD SKY

ଇୟରବଡରେ କାନ ସଫା କରିବା ବନ୍ଦ କରନ୍ତୁ, ନହେଲେ ହ୍ରାସ ହୋଇପାରେ ଆପଣଙ୍କ ଶ୍ରବଣ ଶକ୍ତି

BJD

ନୂଆଦିଲ୍ଲୀ: ଅଧିକାଂଶ ଲୋକ କାନ ସଫା କରିବା ପାଇଁ ଇୟରବଡ ବ୍ୟବହାର କରନ୍ତି । କିନ୍ତୁ ବିଶେଷଜ୍ଞମାନେ ଇୟର ବଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଅନ୍ତି । ଧୂଳି, ସୂକ୍ଷ୍ମ ଜୀବ, ଜଳ ଏବଂ ଛୋଟ ଛୋଟ କଣିକାଗୁଡ଼ିକରୁ ନିଜକୁ ରକ୍ଷା କରିବା ପାଇଁ କାନରେ ଏକ ସୂକ୍ଷ୍ମ ପରଦା ରହିଛି । ତେଣୁ ଇୟର ବଡ୍ ବ୍ୟବହାର ଦ୍ୱରା ଏହା ଉପରେ ପ୍ରଭାବ ପଡିବାର ସମ୍ଭାବାନା ଥାଏ ।

-ଯଦି କାନ ଭିତରୁ ଇୟରୱାକ୍ସ ସଫା କରିବା ପାଇଁ ଯଦି ଇୟରବଡ ବ୍ୟବହାର କରାଯାଏ, ତେବେ ଏହାକୁ ଏଡାଇବା ଉଚିତ । ଏହାକୁ ବ୍ୟବହାର କରିବା ଦ୍ୱରା କାନ ପରଦାକୁ ଆମେ ଭିତରକୁ ଠେଲି ଦେଉ, ଯାହା ଦ୍ୱାରା କାନକୁ କମ୍ ଶୁଭିବା ଆରମ୍ଭ ହୁଏ । ଯେଉଁ କାରଣରୁ କାନରେ ଯନ୍ତ୍ରଣା ଏବଂ ଶ୍ରବଣ ଶକ୍ତି ହରାଇବା ଭଳି ସମସ୍ୟା ହୋଇପାରେ । କେବଳ ସେତିକି ନୁହେଁ, ଆମ ଅଜାଣତରେ କିଛି ଆବର୍ଜନା କାନ ଭିତରକୁ ଠେଲି ହୋଇଯାଏ। କାନର ବାହ୍ୟ ଅଂଶକୁ ସଫା କରିବା ପାଇଁ ଇୟର ବଡ୍ ବ୍ୟବହାର କରିବା ଭଲ ।

– ବିଶେଷଜ୍ଞଙ୍କ ଅନୁସାରେ କାନ ସଫା କରିବା କିଛି ଆବଶ୍ୟକତା ନାହିଁ । କାରଣ ଇୟରୱାକ୍ସ ସଫା କରିବା ପାଇଁ କାନର ନିଜସ୍ୱ କ୍ଷମତା ରହିଛି । କାରଣ ଆମେ ଗାଧୋଇବା ବେଳେ କାନରେ ପାଣି ଓ ସାବୁନ୍ ପଶି ଆପେଆପେ କାନ ସଫା ହୋଇଯାଏ ।

– ଇୟର ବଡ୍ ସଫା କରିବା ଦ୍ୱାରା କାନ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

– ଇୟର ବଡ୍ ବ୍ୟବହାର କରିବା ଦ୍ୱାରା କାନ ବ୍ଲକ୍ ବା ଅବରୋଧ ହୋଇପାରେ । ଏହା ଦ୍ୱାରା ମୁଣ୍ଡ ବୁଲାଇବା, କୁଞ୍ଚିବା, ଶ୍ରବଣ ଶକ୍ତି ହ୍ରାସ ହେବା ଏବଂ କାନ ଯନ୍ତ୍ରଣା ମଧ୍ୟ ହୋଇପାରେ ।

Get real time updates directly on you device, subscribe now.