fbpx

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୨୯ ମୃତ, ୧୫ ଆହତ

Advertisement

ଓଡ଼ିଶା ଭାସ୍କର: ତୁର୍କୀ ଇସ୍ତାନବୁଲର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ନାଇଟ୍ କ୍ଲବର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ତଦନ୍ତ ପାଇଁ ମ୍ୟାନେଜର ସହ ୮ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣା ପଡ଼ିଛି ।

ଇସ୍ତାନବୁଲର ଇୟୁରୋପୀୟ ପାଶ୍ୱର୍ରେ ଥିବା ବେସିକଟାସ୍ ଜିଲ୍ଲାର ୧୬ ମହଲା ବିଶିଷ୍ଟ ଆବାସିକ କୋଠାର ଗ୍ରାଉଣ୍ଡ ଏବଂ ବେସମେଣ୍ଟ ଫ୍ଲୋରରେ Masquerade ନାମକ ନାଇଟ୍ କ୍ଲବ୍ ରହିଛି । ମରାମତି କାର୍ଯ୍ୟ ପାଇଁ ଏହି ନାଇଟ୍ କ୍ଲବ୍ ବନ୍ଦ ରହିଥିଲା । ସିସିଟିଭି ଫୁଟେଜରେ ବେସମେଣ୍ଟ ଫ୍ଲୋରରୁ ଧୁଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । ପରେ ଅଗ୍ନିକାଣ୍ଡ ଘଟି କୋଠାର ତୃତୀୟ ମହଲାକୁ ଉଠିଥିଲା ଏବଂ କ୍ଲବର କରିଡରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ରଏଟର୍ସ ରିପୋର୍ଟରୁ ପ୍ରକାଶ । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ମେଡିକାଲ ଟିମ୍ ଏବଂ ପୋଲିସ ପହଞ୍ଚି ନିଆଁକୁ ଆୟତ କରିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା ।

Get real time updates directly on you device, subscribe now.