fbpx

ବଜେଟ୍ ପରେ EPFରେ ଲାଗିବ କି ଟ୍ୟାକ୍ସ ?

ନୂଆଦିଲ୍ଲୀ,୫ ।୨: ଚଳିତ ବର୍ଷ ୧ ଫେବ୍ରୁଆରିରେ ସାଧାରଣ ବଜେଟରେ ବଡ ପରିବର୍ତ୍ତନ କରିଛନ୍ତି ସରକାର । ସେହିପରି ବଜେଟରେ ଏପରି ଏକ ନିଷ୍ପତ୍ତି ଘୋଷଣା କରାଯାଇଛି, ଯାହାର ଲାଗୁ ହେବା ପରେ ମୋଟା ଅଙ୍କରେ ବେତନ ପାଉଥିବା କର୍ମଚାରୀଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡିବ ।

ତେବେ ବଜେଟର ପ୍ରସ୍ତାବ ମୁତାବକ, ଏବେ କର୍ମଚାରୀ ଭବିଷ୍ୟ ନିଧି ଅର୍ଥାତ୍ ଇପିଏଫରୁ ନେଇ ପେନସନ୍ ଓ ସୁପରଆନୁଏସନ ଫଣ୍ଡରେ ଗ୍ରାହକଙ୍କ ୭.୫୦ ଲକ୍ଷରୁ ଅଧିକ ଟଙ୍କା ରହିଲେ ଟ୍ୟାକ୍ସ ଦେବାକୁ ପଡିବ । ନୂଆ ବଜେଟ୍ ନୀତି ଅନୁସାରେ, ୭.୫୦ ଲକ୍ଷରୁ ଅଧିକ ଟଙ୍କା ଉପରେ ଟ୍ୟାକ୍ସ ସହିତ ତାହା ଉପରେ ମିଳୁଥିବା ସୁଧ ଉପରେ ବି ଟ୍ୟାକ୍ସ ଲାଗିବ । ମୋଟା ଅଙ୍କର ବେତନ ପାଉଥିବା ଲୋକଙ୍କ ଉପରେ ନୂଆ ବଜେଟର ଅଧିକ ପ୍ରଭାବ ପଡିବ ।

Get real time updates directly on you device, subscribe now.