fbpx
BSKY
BJD SHG SKY
BJD YOUTH SKY

EPFO ALERT ! ଏବେ ଚାଲିଲା ନୂଆ ପ୍ରକାରର ଠକେଇ, ଶିକ୍ଷୟିତ୍ରୀ ହରାଇଲେ ୮୦ ହଜାର ଟଙ୍କା

ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ସ୍କାମ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ନିକଟରେ ମୁମ୍ବାଇର ଜିମ୍ ମାଲିକ ୧.୯୯ ଲକ୍ଷ ଟଙ୍କା ହରାଇଥିଲା । ଏଥି ସହିତ ୫୩ ବର୍ଷ ବୟସ୍କା ମହିଳା ଖାଦ୍ୟ ଅର୍ଡର କରିବା ସମୟରେ ଠକେଇ ଜାଲରେ ଫସି ୮୭,୦୦୦ ଟଙ୍କା ହରାଇଥିଲେ । ତେବେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ପ୍ରଣାଳୀ ଆପଣାଉଛନ୍ତି ।

ଏହି କ୍ରମରେ ଏକ ନୂଆ ପ୍ରକାରର ସ୍କାମ ସାମ୍ନାକୁ ଆସିଛି । ଜଣେ ଶିକ୍ଷକଙ୍କ ପିଏଫ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ । ଯଦି ଆପଣଙ୍କର ମଧ୍ୟ ଏକ ପିଏଫ୍ ଆକାଉଣ୍ଟ୍ ଅଛି କିମ୍ବା ଇପିଏଫଓର ସଦସ୍ୟ ଅଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଏହି ଖବର ଜାଣିବା ଉଚିତ୍, ଯାହା ଦ୍ୱାରା ଆପଣ ଏପରି ଘଟଣାରୁ ବର୍ତ୍ତିଯାଇପାରିବେ ।

ଶିକ୍ଷୟିତ୍ରୀଙ୍କୁ ଏହିପରି କରାଯାଇଥିଲା ଟାର୍ଗେଟ :-
ନାଭି ମୁମ୍ବାଇର ଏକ ଘରୋଇ ବିଦ୍ୟାଳୟରେ ୩୨ ବର୍ଷ ବୟସ୍କା ମହିଳା ଶିକ୍ଷୟିତ୍ରୀ ପାଠ ପଢ଼ାନ୍ତିି । ରିପୋର୍ଟ ଅନୁଯାୟୀ ଶିକ୍ଷୟିତ୍ରୀ ଜଣକ ଅନଲାଇନରେ ପିଏଫ୍ ଅଫିସର ଫୋନ୍ ନମ୍ବର ଖୋଜୁଥିଲେ । ସେ ସେହି ନମ୍ବରରେ ସମ୍ପର୍କ କରିଥିଲେ, ଯାହାଫଳରେ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଖାଲି ହୋଇଗଲା । ଠକେଇ କରିଥିବା ଅପରାଧି ନିଜକୁ ପିଏଫ୍ ଅଫିସର ଅଧିକାରୀ ଭାବରେ ପରିଚୟ ଦେଇଥିଲା ।

ଠକ ଜଣକ ଶିକ୍ଷୟିତ୍ରୀଙ୍କୁ AirDroid ଆପ୍ ଡାଉନଲୋଡ୍ କରିବାକୁ କହିଥିଲା । ଏହା ପରେ ଅପରାଧୀ କୌଣସି ପ୍ରକାରରେ ଆକାଉଣ୍ଟ ପର୍ଯ୍ୟନ୍ତ ପ୍ରବେଶ କରିଥିଲା ଓ ଶିକ୍ଷୟିତ୍ରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟିନେଇଥିଲା ।

ରିପୋର୍ଟ ଅନୁଯାୟୀ, ଠକଜଣକ ଶିକ୍ଷୟିତ୍ରୀଙ୍କୁ ଏହି ଆପରେ ତାଙ୍କ ଆକାଉଣ୍ଟ ନମ୍ବର ଏବଂ ଏମପିନ ଏଣ୍ଟର କରିବାକୁ କହିଥିଲା । ବ୍ୟାଙ୍କର ଆକସେସ୍ ପାଇବା ପରେ ସ୍କାମର ୧୬ ଟ୍ରାଞ୍ଜାକ୍ସନ କରିଥିଲା ଏବଂ ତାଙ୍କ ଆକାଉଣ୍ଟକୁ ୮୦,୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ । ଗତ ସପ୍ତାହରେ ଦ୍ୱିପହର ୧.୩୦ ରେ ଏହି ଘଟଣା ଘଟିଥିଲା । ଏପ୍ରିଲ ୬ ରେ ପୀଡିତା ନିକଟସ୍ଥ ପୋଲିସ ଷ୍ଟେସନରେ ଏଫଆଇଆର କରିଥିଲେ । ଘଟଣାକୁ ନେଇ ଇପିଏଫଓ ନିଜ ଗ୍ରାହକମାନଙ୍କୁ ସତର୍କ କରାଇଛି ଓ କାହାକୁ ବି ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଓଟିପି ଦେବାକୁ ମନା କରିଛି ।

Get real time updates directly on you device, subscribe now.