ପାର୍ବଣ ସିଜିନରେ ଗିଫ୍ଟ ଦେବ EPFO! PF ବାଲାନ୍ସ ଅନୁଯାୟୀ ଆପଣଙ୍କୁ ମିଳିବ ସୁଧ, ଜାଣନ୍ତୁ କେମିତି ହୁଏ ହିସାବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ଚାକିରି କରୁଥିବା ଲୋକଙ୍କୁ ଏକ ଉପହାର ଦେଇ ପାରନ୍ତି । ଉତ୍ସବ ପୂର୍ବରୁ ଦେଶର ୬ କୋଟି ଲୋକଙ୍କ ଖାତାକୁ ଅର୍ଥ ଆସିପାରେ । କର୍ମଚାରୀଙ୍କ ଭବିଷ୍ୟତ ନିଧି ସଂଗଠନ (ଇପିଏଫଓ) ତରଫରୁ ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ସୁଧ ଅର୍ଥ ଆସିବ । ତେବେ ଇପିଏଫଓ ପକ୍ଷରୁ ଅର୍ଥ ଟ୍ରାନ୍ସଫର ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ ।

ଏବେ ଦେଶର ଚାକିରିଆଙ୍କୁ ୮.୧ ସୁଧ ହାରରେ ଅର୍ଥ ମିଳିବ । ଏହା ଗତ ୪୦ ବର୍ଷରେ ସବୁଠାରୁ ନିମ୍ନ ସ୍ତର ଅଟେ । ଏହା ପୂର୍ବରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ୮.୫ ପ୍ରତିଶତ ସୁଧ ହାରରେ ଅର୍ଥ ପ୍ରଦାନ କରୁଥିଲେ । ଯଦି ଆପଣଙ୍କ ପିଏଫ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଅଛି, ତେବେ ସୁଧ ବାବଦକୁ ଆପଣ ୮୧,୦୦୦ ଟଙ୍କା ପାଇବେ ।

ସେହିପରି ଯଦି ଆପଣଙ୍କ ଆକାଉଣ୍ଟରେ ୭ ଲକ୍ଷ ଥିବ, ତେବେ ୫୬,୭୦୦ ଟଙ୍କାର ସୁଧ ମିଳିବ । ୫ ଲକ୍ଷ ଥିଲେ ୪୦,୫୦୦ ଓ ୧ ଲକ୍ଷ ଥିଲେ ୮୧୦୦ ଟଙ୍କାର ସୁଧ ମିଳିବ । ଆପଣମାନେ ପିଏଫ ଆମାଉଣ୍ଟ ଚେକ୍ କରିବା ପାଇଁ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ୦୧୧-୨୨୯୦୧୪୦୬କୁ ମିସ କଲ କରିବାକୁ ପଡ଼ିବ । ଏହାପରେ ଇପିଏଫର ମେସେଜ ମାଧ୍ୟମରେ ଆପଣଙ୍କୁ ପିଏଫ ଡିଟେଲ୍ସ ମିଳିଯିବ । ସେଠାରେ ଆପଣଙ୍କୁ ୟୁଏଏନ, ପ୍ୟାନ ଓ ଆଧାର ଲିଙ୍କ ଆବଶ୍ୟକ ହେବ । ଅନଲାଇନରେ ବାଲାନ୍ସ ଚେକ୍ କରିବା ପାଇଁ ଆପଣମାନେ ଇପିଏଫଓର ୱେବସାଇଟ୍ epfindia.gov.inକୁ ଯାଇ ଲଗ୍ ଇନ୍ କରିପାରିବେ ।