fbpx

EPFO ଦେଉଛି ୭ ଲକ୍ଷର Free Insurance: ସମସ୍ତ ଖାତାଧାରୀ ଆପ୍ଲାଏ କରିପାରିବେ, ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଖାତାଧାରୀଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ । ତେବେ ଅଧିକାଂଶ ଗ୍ରାହକ ଏନେଇ ଅଜ୍ଞାତ ଥିବାରୁ ସେମାନେ ଏହି ଫାଇଦା ଉଠାଇବାରୁ ବଞ୍ଚିତ ରହିଥାନ୍ତି । ତେବେ ଆପଣମାନେ ବୋଧହୁଏ ଜାଣିନାହାନ୍ତି ଇପିଏଫଓ ଖାତାଧାରୀ ମାଗଣାରେ ୭ ଲକ୍ଷ ପର୍ଯ୍ୟନ୍ତ ଇନସ୍ୟୁରାନ୍ସର ବେନିଫିଟ୍ ଉଠାଇ ପାରିବେ । ମାତ୍ର ଏଥିପାଇଁ ଆପଣଙ୍କୁ କିଛି ସ୍ୱତନ୍ତ୍ର ରୁଲ ଫଲୋ କରିବାକୁ ପଡ଼ିବ ।

ବର୍ତ୍ତମାନ ପାଖାପାଖି ୪.୫ କୋଟିରୁ ଅଧିକ ଲୋକ ଇପିଏଫଓର ସଦସ୍ୟ ରହିଛନ୍ତି । ଇପିଏଫଓର ଏମ୍ପ୍ଲଏଇ ଡିପୋଜିଟ୍ ଲିଙ୍କଡ ସ୍କିମ ବିଷୟରେ ଆପଣ ମାନେ ଜାଣନ୍ତି କି । ଏହି ସ୍କିମ ଅଧିନରେ ଖାତାଧାରୀଙ୍କୁ ୭ ଲକ୍ଷର ମାଗଣା ବୀମା ସୁବିଧା ଦିଆଯାଇଥାଏ । ଏହି ସ୍କିମ ସାଧାରଣ ଭାବେ ଏକ ସ୍ୱତନ୍ତ୍ର ଧରଣର ଡେଥ ଇନସ୍ୟୁରାନ୍ସ କଭର କରିଥାଏ ।

ଯଦି ଇପିଏଫଓ ଖାତାଧାରୀଙ୍କର କୌଣସି କାରଣରୁ ମୃତ୍ୟୁ ଘଟେ, ତେବେ ଏପରି ସ୍ଥିତିରେ ରେଜିଷ୍ଟର୍ଡ ନୋମିନିଙ୍କୁ ଏହି ବୀମା ଅର୍ଥ ରାଶି ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଇପିଏଫଓ ସଦସ୍ୟଙ୍କୁ ୨ ଲକ୍ଷର ଟଙ୍କା ମିଳିଥାଏ । ଏଥିରେ ସର୍ବାଧିକ ୭ ଲକ୍ଷ ପର୍ଯ୍ୟନ୍ତ ରାଶି ପ୍ରଦାନ କରାଯାଇଥାଏ । ଯଦି ଜଣେ ବ୍ୟକ୍ତି କୌଣସି ନୋମିନିଙ୍କୁ ରେଜିଷ୍ଟର କରିନଥିବେ, ତେବେ ଏପରି ସ୍ଥିତିରେ ପୂରା ବୀମା ରାଶି କର୍ମଚାରୀଙ୍କ ପତ୍ନୀ, ପୁତ୍ର ବା କନ୍ୟାଙ୍କୁ ମିଳିଥାଏ । ତେବେ କ୍ଲେମ୍ କରିବା ବ୍ୟକ୍ତିଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.