fbpx

Diabetes, TB ପରି ଅତ୍ୟାବଶ୍ୟକ ମେଡିସିନ ଏଣିକି ଶସ୍ତାରେ ମିଳିବ, NLEMରେ ସାମିଲ ହେଲା ୩୪ଟି ଔଷଧ

ନୂଆଦିଲ୍ଲୀ: ଭାରତରେ ଅତ୍ୟାବଶ୍ୟକ ଔଷଧ ଏଣିକି ଶସ୍ତାରେ ମିଳିବ । ଅତ୍ୟାବଶ୍ୟକ ଔଷଧର ରାଷ୍ଟ୍ରୀୟ ସୂଚୀ (ଏନଏଲଇଏମ) ଜାରି କରାଯାଇଛି । ଏହି ଲିଷ୍ଟରେ ଆଣ୍ଟି ଡାଇବେଟିସ ଔଷଧ ଇନସୁଲିସ ଗ୍ଲାର୍ଗିନ, ଆଣ୍ଟି ଟିବି ଔଷଧ ଡେଲାମ୍ୟାନିଡ, ଆଭରମେକ୍ଟିନ ଓ ଆଣ୍ଟିପାରାସାଇଟ ପରି ମେଡିସିନ ସାମିଲ ରହିଛି । ଏନଏଲଇଏମରେ ବର୍ତ୍ତମାନ ୩୮୪ଟି ଔଷଧ ରହିଛି । ତେବେ ଏହି ଲିଷ୍ଟରେ ବର୍ତ୍ତମାନ ୩୪ଟି ମେଡିସିନକୁ ଯୋଡ଼ା ଯାଇଥିବା ବେଳେ ୨୬ଟି ମେଡିସକୁ ହଟାଇ ଦିଆଯାଇଛି ।

ଏନଏଲଇଏମ ଲିଷ୍ଟରେ ଥିବା ଔଷଧର ମୂଲ୍ୟ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅର୍ଥରିଟି (ଏନପିପିଏ) ଦ୍ୱାରା ସ୍ଥିରୀକୃତ କରାଯାଇଥାଏ । ଗତ ୧୯୯୬ରେ ପ୍ରଥମ ଥର ପାଇଁ ଏନଏଲଇଏମ ସ୍ଥାପନା କରାଯାଇଥିଲା । ପରେ ୨୦୦୩, ୨୦୧୧ ଓ ୨୦୧୫ରେ କିଛି ପରିବର୍ତ୍ତନ କରାଯାଇଥିଲା । ପଞ୍ଚମ ଥର ପାଇଁ ଏବେ ଏହି ଲିଷ୍ଟକୁ ରିଭାଇଜ୍ କରାଯାଇଛି ।

ଏନଏଲଇଏମରେ ଏବେ ସିଗାରେଟ୍ ଛାଡ଼ିବା ଔଷଧ ନିକୋଟିନ ରିପ୍ଲେସମେଣ୍ଟ ଥେରାପି, ପୋକ ମାରିବା ଔଷଧ ଆଇଭର୍ମେକ୍ଟିନ, ଆଣ୍ଟିବାୟୋଟିକ୍ ଏରେଥ୍ରୋମିସିନକୁ ସାମିଲ କରାଯାଇଛି । ଶିଡ୍ୟୁଲ ହୋଇଥିବା ମେଡିସିନଗୁଡ଼ିକର ମୂଲ୍ୟ ବୃଦ୍ଧି ହୋଲସେଲ ପ୍ରାଇସ ଇଣ୍ଡେକ୍ସ ଆଧାରିତ ମହଙ୍ଗା ସହ ଜଡ଼ିତ ଥାଏ । ଅଣ ଶିଡ୍ୟୁଲ ମେଡିସିନର ମୂଲ୍ୟ କମ୍ପାନୀମାନେ ପ୍ରତ୍ୟେକ ବର୍ଷ ୧୦ ପ୍ରତିଶତ ବୃଦ୍ଧି କରିପାରିବେ ।

୧.୬ ଲକ୍ଷ କୋଟି ଟଙ୍କାର ଘରୋଇ ଫର୍ମା ବଜାରରେ ଅଣସୂଚିତ ଔଷଧର ଅଂଶଧନ ୧୭-୧୮ ପ୍ରତିଶତ ରହିଛି । ପାଖାପାଖି ୩୭୬ ଔଷଧର ମୂଲ୍ୟ ନିୟନ୍ତ୍ରଣରେ ରହିଛି । ସର୍ବାଧିକ ମୂଲ୍ୟର ହିସାବ ବିଭିନ୍ନ ବ୍ରାଣ୍ଡର ଔଷଧର ଘରୋଇ ମୂଲ୍ୟର ଆଭରେଜ ଆଧାରରେ କରାଯାଇଥାଏ । ଯେଉଁ ଔଷଧର ଅଂଶଧନ ବଜାରରେ ଅତିକମରେ ୧ ପ୍ରତିଶତ ରହିଥାଏ, ତାକୁ ଏଥିରେ ହିସାବକୁ ନିଆଯାଏ ।

ପ୍ରାଇସ କ୍ୟାପର ଉଲ୍ଲଂଘନ କରୁଥିବା କମ୍ପାନୀକୁ ଦଣ୍ଡିତ କରାଯାଇଥାଏ । ଯେଉଁ ଔଷଧ କମ ମୂଲ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହୋଇପାରିବ, ତା’ର ଏକ ସୂଚୀ ପ୍ରସ୍ତୁତ କରିବା ପାଇଁ ଚଳିତ ବର୍ଷ ସ୍ଥାୟୀ ସମିତିକୁ କୁହାଯାଇଥିଲା । ଚଳିତ ବର୍ଷ ଏକ ଅଲଗା ପ୍ରକାରରେ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକତାକୁ ଲକ୍ଷ୍ୟ ରଖି ଏକ ଲିଷ୍ଟ ଜାରି କରାଯାଇଥିଲା ।

Get real time updates directly on you device, subscribe now.