fbpx

ଫୁଲୁଛି ଗୋଦାବରୀ ନଦୀ, ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ମାଲକାନଗିରି, ୧୭ା୮(ଓଡ଼ିଶା ଭାସ୍କର): ମାଲକାନଗିରିରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ଯାଗାକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ମୋଟୁ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଗି ପଏଣ୍ଟକୁ ସମ୍ପୂର୍ଣ୍ଣ ଖାଲି କରିଛି ପ୍ରଶାସନ । ପୁରୁଣା ମୋଟୁ ଗାଁରେ ୧୫ ପରିବାରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଗୋଦାବରୀ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ବିନାୟକପୁର ଓ ଆଲମା ଗ୍ରାମ ସହ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି । ତେଣୁ ସମସ୍ତଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ କଚାଘର ଖାଲି କରି ଆଶ୍ରୟ ସ୍ଥଳକୁ ଯିବାକୁ ଲୋକଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.