fbpx

ଏକସଙ୍ଗେ ୨ଟି ଶଙ୍ଖ ବଜାଇ ଶଙ୍ଖନାଦୀ ନାମରେ ପ୍ରସିଦ୍ଧ ଏହି ବ୍ୟକ୍ତି, କହିଲେ ଶଙ୍ଖ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଶଳା

AAKASH

ନୂଆଦିଲ୍ଲୀ: ଆପଣ କେବେ କାହାକୁ ଏକ ସମୟରେ ଦୁଇଟି ଶଙ୍ଖ ବଜାଉଥିବାର ଦେଖିଛନ୍ତି କି? ଯଦି ନୁହେଁ ତେବେ ଭେଟନ୍ତୁ ଲକ୍ଷ୍ନୌର ୭୭ ବର୍ଷୀୟ ମହେଶଙ୍କୁ ଯିଏକି ଦୀର୍ଘ ୩୪ ବର୍ଷ ହେବ ଏହିପରି କମାଲ କରି ଆସୁଛନ୍ତି । ଏହି କାରଣରୁ ତାଙ୍କୁ ସାରା ଉତ୍ତରପ୍ରଦେଶରେ ଲୋକମାନେ ଶଙ୍ଖନାଦୀ ନାମରେ ଜାଣନ୍ତି । ଏବେ ସେ ଏହି ଟାଇଟେଲ୍ ନିଜ ନାମ ସହ ମଧ୍ୟ ଲଗାଉଛନ୍ତି । ତାଙ୍କ ପୁରା ନାମ ମହେଶ ଶଙ୍ଖନାଦୀ । କେବଳ ଏତିକି ନୁହେଁ ସେ ଶଙ୍ଖ ଉପରେ ରିସର୍ଚ୍ଚ ମଧ୍ୟ କରିଛନ୍ତି । ତାଙ୍କର ଗବେଷଣା ପୁସ୍ତକ ଖୁବ ଶୀଘ୍ର ପୁସ୍ତକ ଆକାରରେ ପ୍ରକାଶ ପାଇବାକୁ ଯାଉଛି ।

ମହେଶ କହିଛନ୍ତି ତାଙ୍କ ପାଖରେ ୪ ପ୍ରମୁଖ ଶଙ୍ଖ ରହିଛି ଯାହା ବହୁତ ପ୍ରାଚୀନ । ପ୍ରଥମ ଶଙ୍ଖ ତାଙ୍କ ପାଖରେ ଜଗନ୍ନାଥ ଧାମ ପୁରୀରୁ ରହିଛି, ଦ୍ୱିତୀୟ କେଦାରନାଥ, ୩ୟ ଦ୍ୱାରକାଧୀଶ(ଏହାର ରଙ୍ଗ ହାଲ୍‌କା ଶ୍ୟାମଳ ) ଓ ୪ର୍ଥ ରାମେଶ୍ୱରର । ୧୯୯୦ ମସିହାରୁ ସେ ଏହି ୪ ଶଙ୍ଖ ସଂଗ୍ରହ କରିଛନ୍ତି । ଏହି ସମସ୍ତ ଶଙ୍ଖ ଏବେ ବି ବଢିଆ ବାଜୁଛି । ସେ କହିଛନ୍ତି ଶଙ୍ଖରେ ବି ମାଈ ଓ ପୁରୁଷ ଶଙ୍ଖ ରହିଛନ୍ତି । ପୁରୁଷ ଶଙ୍ଖ ବହୁତ ଜୋରରେ ବାଜିଥାଏ ବୋଲି ସେ କହିଛନ୍ତି । ଯାହା ମଧୁର ସ୍ୱରରେ ବାଜିଥାଏ ଓ ଯାହାର ସ୍ୱର ତୁଳନାତ୍ମକ ଭାବରେ ଧୀମା ହୋଇଥାଏ ତାହା ମାଈ ଶଙ୍ଖ ବୋଲି ସେ କହିଛନ୍ତି ।

ମହେଶ କହିଛନ୍ତି ବହୁତ କମ୍ ଲୋକ ଜାଣନ୍ତି କି ଶାସ୍ତ୍ର ଅନୁସାରେ ଶଙ୍ଖ ଭଗବାନ ବିଷ୍ଣୁଙ୍କ ଶଳା । ପକାରଣ ସମୁଦ୍ର ମନ୍ଥନରେ ମା’ ଲକ୍ଷ୍ମୀ ମିଳିଥିଲେ ଓ ଶଙ୍ଖ ବି ବାହାରିଥିଲା । ମା’ ଲକ୍ଷ୍ମୀଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ସହ ହୋଇଥିବାରୁ ଶଙ୍ଖ ବିଷ୍ଣୁ ଭଗବାନଙ୍କ ଶଳା । ଅନ୍ୟପକ୍ଷରେ ବୈଜ୍ଞାନିକ ଦୃଷ୍ଟିରୁ ଶଙ୍ଖ ବଜାଇବାର ବହୁ ଫାଇଦା ରହିଛି ବୋଲି ସେ କହିଛନ୍ତି । ଶଙ୍ଖ ବଜାଇବା ଦ୍ୱାରା ଯକ୍ଷ୍ମା ରୋଗ ହୋଇ ନଥାଏ କାରଣ ଏହାଦ୍ୱାରା ଆମ ଫୁସଫୁସ୍ ଏତେ ମଜଭୁତ ରହିଥାଏ କି ଫୁସଫୁସ୍ ସହ ଜଡିତ କୌଣସି ବି ରୋଗ ହୋଇ ନ ଥାଏ । ଏହା ବ୍ୟତିତ ଶଙ୍ଖ ବଜାଇବା ଦ୍ୱାରା ହାର୍ଟ ବି ସୁସ୍ଥ ରହିଥାଏ ବୋଲି ସେ କହିଛନ୍ତି ।

ମହେଶ ଶଙ୍ଖନାଦୀଙ୍କ ପୁରା ପରିବାର କର ସେବକ ରହି ଆସିଛନ୍ତି । ରାମ ମନ୍ଦିର ଆନ୍ଦୋଳନରେ ମହେଶ ଏକ ସମୟରେ ଦୁଇଟି ଶଙ୍ଖ ବଜାଇ କର ସେବକଙ୍କ ଉତ୍ସାହ ବଢାଇଥିଲେ । ରାମ ମନ୍ଦିର ଆନ୍ଦୋଳନରୁ ସେ ଜେଲ୍ ବି ଯାଇଛନ୍ତି । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବି ସେ ଶଙ୍ଖ ବଜାଇବା ଛାଡି ନାହାନ୍ତି ଓ ଆଜି ବି ଏକ ସଙ୍ଗେ ୨ଟି ଶଙ୍ଖ ବଜାଉଛନ୍ତି । ଏବେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ସେ ବହୁତ ଖୁୂସି ଅଛନ୍ତି ।

Get real time updates directly on you device, subscribe now.