fbpx
BSKY
BJD YOUTH SKY
BJD MS SKY

ଓଡ଼ିଶାର ଘଟଣା: ଆକାଶରେ ଉଡ଼ିଲେ ଭକ୍ତ ହନୁମାନ, ‘ଜୟ ଶ୍ରୀରାମ’ ଧ୍ୱନିରେ କମ୍ପି ଉଠିଲା ସାରା ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରେତୟା ଯୁଗର ରାମାୟଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପରମଭକ୍ତ ହନୁମାନଙ୍କ ବୀରତ୍ୱର ଗାଥା ବିଷୟରେ ଶୁଣିଲେ ଆଜି ବି ଆଶ୍ଚର୍ୟ୍ୟ ଲାଗେ । ରାବଣ ସହିତ ଯୁଦ୍ଧ ସମୟରେ ବୀର ଲକ୍ଷ୍ମଣ ଶରାଘାତରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଗନ୍ଧମାର୍ଦ୍ଦନ ପର୍ବତରୁ ବିଷଲ୍ୟକରଣୀ ଆଣିଲେ ହିଁ ଲକ୍ଷ୍ମଣ ବଞ୍ଚିବେ ବୋଲି ବୈଦ୍ୟ ଜାମ୍ବବାନ କହିଥିଲେ । ଏହାପରେ ବୀର ହନୁମାନ ସାତ ସମୁଦ୍ର ଲମ୍ଫ ପ୍ରଦାନ କରି ବିଷଲ୍ୟକରଣୀ ଔଷଧ ଆଣିବା ପରେ ଲକ୍ଷ୍ମଣ ଆଖି ଖୋଲିଥିବା ବିଷୟରେ ରାମାୟଣରେ ବର୍ଣ୍ଣିତ ରହିଛି ।

ତେବେ ଆଜି ବି ଓଡ଼ିଶାର ଗାଁ ଗଣ୍ଡାରେ ରାମାୟଣ ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ନାଟକ ପରିବେଷିତ ହୋଇଥାଏ । ଏହାମଧ୍ୟରେ କୋରାପୁଟ ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ରାମଭକ୍ତ ବୀର ହନୁମାନ ଆକାଶରେ ଉଡ଼ିଥିବା କୁହାଯାଉଛି । ଜୟପୁରରେ ଆକାଶରେ ହନୁମାନ ଉଡ଼ୁଥିବା ଦୃଶ୍ୟକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ବହୁ ଲୋକଙ୍କର ଭିଡ଼ ଜମିଥିଲା । ଏହାପରେ ‘ଜୟ ଶ୍ରୀରାମ’ ଧ୍ୱନିରେ ସାରା ସହର କମ୍ପି ଉଠିଥିଲା ।

ତେବ ଏହି ଉଡ଼ନ୍ତା ହନୁମାନ ୫୦-୬୦ ଫୁଟ ଉପରେ ବସିବା ସହିତ ଫଳ ଖାଉଥିବା ଲୋକମାନେ ଦେଖିବା ପରେ ବେଶ୍ ଉତ୍ସାହିତ ହୋଇଉଠିଥିଲେ । ହନୁମାନ ଚରିତ୍ରରେ ଜଣେ କଳାକାର ଅଭିନୟ କରିଥିବା ବେଳେ ଆଧ୍ୟାତ୍ମିକ ରାହାଗିରିର ଶେଷ ଭାଗରେ ଏହା ଦେଖିବାକୁ ମିଳିଥିଲା । ନୟାଗଡ଼ରୁ ଆସିଥିବା କଳାକାରମାନେ ରାମାୟଣ ନାଟକକୁ ଖୁବ୍ ନିଖୁଣ ଭାବେ ଅଭିନୟ କରିଥିଲେ । ବିଶେଷ କରି ଉଡ଼ନ୍ତା ହନୁମାନଙ୍କୁ ଦେଖିବାକୁ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା । ପାଖାପାଖି ୧୦ ବର୍ଷ ଧରି ସେ ରାଜ୍ୟ ଓ ରାଜ୍ୟ ବାହାରେ ବୁଲି ଏପରି ଅଭିନୟ କରିଆସୁଥିବା ହନୁମାନ ଭୂମିକାରେ ଅଭିନୟ କରିଥିବା କଳାକାର ଜଣଙ୍କ କହିଛନ୍ତି । ଏହି କାର୍ୟ୍ୟକ୍ରମରେ ଜୟପୁର ବିଧାୟକ, ପୂର୍ବତନ ମନ୍ତ୍ରୀ, ପୌରାଧ୍ୟକ୍ଷଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

Get real time updates directly on you device, subscribe now.