fbpx

ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ବି ପୋଲିସ କାଟିବେନି ଚାଲାଣ! କ’ଣ ଏହି ନୂଆ ନିୟମ

ନୂଆଦିଲ୍ଲୀ: ଟ୍ରାଫିକ ନିୟମରେ ହୋଇଛି ଏକ ସାମାନ୍ୟ ପରିବର୍ତ୍ତନ । ଏଣିକି ରାସ୍ତାରେ ଯିବା ବେଳେ ଟ୍ରାଫିକ ନିୟମ ଭାଙ୍ଗିଲେ ବା ଗାଡି ଏବଂ ଚାଳକଙ୍କର କାଗଜପତ୍ର ନଥିଲେ ଟ୍ରାଫିକ ପୋଲିସ ଅଟକାଇବେ ନାହିଁ । ତେଣୁ ଏହିସବୁ ଭୁଲ ପାଇଁ ଆପଣଙ୍କର ଚାଲାଣ ମଧ୍ୟ କାଟିବେ ନାହିଁ ଟ୍ରାଫିକ ପୋଲିସ । ସଡକ ଟ୍ରାଫିକ ନିୟମ ଅଧୀନରେ ଏକ ବଡ ପଦକ୍ଷେପ ନେଉଚନ୍ତି ମାନ୍ୟବର ସରକାର । ରାସ୍ତାଘାଟରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଛତିଶଗଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ଆଖି ଆଗରେ ରଖି ଏହାକୁ ରୋକିବା ପାଇଁ ଏକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିୟମ ଅନୁସାରେ, ରାସ୍ତାରେ ନିୟମ ଭାଙ୍ଗୁଥିବା ଗାଡି ଏବଂ ଚାଳକମାନଙ୍କୁ ଟ୍ରାଫିକ ପୋଲିସଙ୍କୁ ଅଟକାଇ ଚାଲାଣ କାଟିବାକୁ ପଡିବନି । ସେଥିପାଇଁ ଏକ ବଡ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏବେ ଏହି ଚାଲାଣ ବ୍ୟବସ୍ଥା ଅଟୋମେଟିକ କରିବା ପାଇଁ ପ୍ରସ୍ତୁତ ହେଉଛି ପ୍ରଶାସନ । ଏଣିକି ନିୟମ ଭାଙ୍ଗିଲେ ଏହି ଚାଲାଣ ସିଧା ଘରେ ଆସି ପହଞ୍ଚିଯିବ । କାରଣ ବିଭିନ୍ନ ରାସ୍ତାରେ ବର୍ତ୍ତମାନ ଏଏନପିଆର ଇ-ଡିଟେକ୍ସନ ସିଷ୍ଟମ ଲଗାଯାଉଛି । ଏହାଦ୍ୱାରା ଫିଟନେସ ଏବଂ ବିନା ଟାକ୍ସ ଇତ୍ୟାଦି ଗାଡିକୁ ରାସ୍ତାରେ ଚିହ୍ନଟ କରିହେବ । ଏହାସହିତ ସେମାନଙ୍କ ବିରୋଧରେ ଚାଲାଣ କଟାଯାଇ ପାରିବ । ତେବେ ରିପୋର୍ଟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଏହା ୯ଟି ସ୍ଥାନରେ ଏହି କ୍ୟାମେରା ଲଗାଯାଇଥିବା ବେଳେ ଏସବୁ ପରିବହନ ବିଭାଗ ସଫ୍ଟଓୟାର ଏବଂ ଇ-ଡିଟେକ୍ସନ ସିଷ୍ଟମ ସହ ଯୋଡି ହୋଇଛି । ଏବେ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ବେଆଇନ ଗାଡିର ସମସ୍ତ ତଥ୍ୟ ପାଇପାରିବ ପରିବହନ ବିଭାଗ ।

ତେବେ ଏଏନପିଆର କ୍ୟାମେରା ମାଧ୍ୟରେ ଗାଡିଗୁଡିକର ସମସ୍ତ ତଥ୍ୟ ଏକତ୍ର କରି ହେବ । ରାସ୍ତାରେ ଯାଉଥିବା ସମସ୍ତ ଗାଡି ନମ୍ବର ପ୍ଲେଟର ଫଟୋ କ୍ୟାମେରାରେ କଏଦ ହୋଇଯିବ ଏବଂ ଅବଶ୍ୟକୀୟ ତଥ୍ୟ ନଥିବା ଗାଡିକୁ ଚିହ୍ନଟ କରିବ ଏହି ସିଷ୍ଟମ । ଏହାପରେ ଇ-ଡିଟେକ୍ସନ ପୋର୍ଟାଲ ଦ୍ୱାରା ଗାଡି ଚାଳକଙ୍କ ନାଁରେ ଚାଲାଣ କଟିବା ସହିତ ଏହା ସିଧା ଘରକୁ ପଠାଇ ଦେବ ପରିବହନ ବିଭାଗ ।

Get real time updates directly on you device, subscribe now.