fbpx

କ୍ଷୀର ବିକ୍ରି କଲେ ବି ମିଳୁଛି ସବସିଡି: ରାଜ୍ୟ ସରକାର ପଶୁପାଳକଙ୍କୁ ଦେଲେ ଖୁସି ଖବର

ନୂଆଦିଲ୍ଲୀ: କ୍ଷୀର ଉତ୍ପାଦକ ବା ପଶୁ ପାଳକଙ୍କୁ ନୂଆବର୍ଷରେ ଏକ ବଡ଼ ଖବର ମିଳିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଦେଶର କୃଷକଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ଏବେ କ୍ଷୀର ଉତ୍ପାଦକମାନଙ୍କ ପାଇଁ ମଧ୍ୟ ଏକ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ଏଣିକି ମହାରାଷ୍ଟ୍ରର ସମସ୍ତ କୃଷକ ଏବଂ କ୍ଷୀର ଉତ୍ପାଦକଙ୍କୁ ଲିଟର ପିଛା ୫ ଟଙ୍କା ଲେଖାଏଁ ସବସିଡି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି । କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର ।

ସୂଚନା ଅନୁସାରେ, କେବଳ ମହାରାଷ୍ଟ୍ରର କୃଷକ ତଥା କ୍ଷୀର ଉତ୍ପାଦକ ହିଁ ଏହି ଯୋଜନାର ଲାଭ ଉଠାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୁହାଯାଇଛି ଯେ, ରାଜ୍ୟରେ ସହକାରୀ କ୍ଷୀର ପରିଯୋଜନା ଜରିଆରେ ଗାଈ କ୍ଷୀର ଉତ୍ପାଦକ ଏବଂ କୃଷକଙ୍କୁ ଲିଟର ପ୍ରତି ୫ ଟଙ୍କା ଲେଖାଏଁ ସବସିଡି ଦେବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ସମବାୟ ସମିତିକୁ କ୍ଷୀର ଯୋଗାଉଥିବା ପଶୁପାଳକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହୋଇପାରିବ । କିନ୍ତୁ ଗରୋଇ କ୍ଷେତ୍ରରେ କ୍ଷୀ ବିକ୍ରି କରୁଥିବା ପଶୁପାଳକଙ୍କୁ ଏହି ସୁବିଧା ମିଳିପାରିବ ନାହିଁ । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଘରୋଇ କ୍ଷେତ୍ରରେ କ୍ଷୀର ଯୋଗାଉଥିବା ପଶୁପାଳକ ମଧ୍ୟ ସବସିଡି ପାଇଁ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଆସନ୍ତା ଜାନୁୟାରୀ ୧୧ ତାରିଖରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ଯୋଜନାରେ ସବସିଡି ପାଇପାରିବେ ପଶୁପାଳକ । ଏହାପରେ ରାଜ୍ୟ ସରକାର ସମୀକ୍ଷା କରି ଏହର ସମୟସୀମାରେ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେବେ । ମହାରାଷ୍ଟ୍ରର ସିଏମଓ ଟ୍ୱିଟରେ ଲେଖିଛନ୍ତି ଯେ, ସମବାୟ ଦୁଗ୍ଧ ୟୁନିଅନ୍ ଏବଂ ଘରୋଇ ଦୁଗ୍ଧ ପ୍ରକଳ୍ପ ମାଧ୍ୟମରେ କ୍ଷୀର ଉତ୍ପାଦନ କରୁଥିବା କୃଷକଙ୍କୁ ବ୍ୟକ୍ତିଗତ ଆକାଉଣ୍ଟ ମାଧ୍ୟମରେ ସବସିଡି ଯୋଗାଇ ଦିଆଯିବ । ଅନଲାଇନ୍ ମାଧ୍ୟମରେ ୩.୫ ଫ୍ୟାଟ୍ / ୮.୫ ଏସଏନଏଫ ଗୁଣବତ୍ତା ପାଇଁ ଲିଟର ପିଛା ସର୍ବନିମ୍ନ ୨୭ ଟଙ୍କା ହାରରେ ସବସିଡି ବ୍ୟାଙ୍କ ଆକାଉଣ୍ଟକୁ ଯୋଗାଇ ଦିଆଯିବ। ଏହା ପରେ ସରକାରଙ୍କ ମାଧ୍ୟମରେ କ୍ଷୀର ଉତ୍ପାଦନ କରୁଥିବା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲିଟର ପିଛା ୫ ଟଙ୍କା ସିଧାସଳଖ ଜମା କରାଯିବ।

Get real time updates directly on you device, subscribe now.