fbpx
BJD SKY
BJD SKY

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ମୁହୂର୍ତ୍ତରେ ପ୍ରସବ କରିବା ପାଇଁ ଡାକ୍ତରଙ୍କୁ ନିବେଦନ କଲେ ଗର୍ଭବତୀ

BJD

ଓଡିଶା ଭାସ୍କର: ଭବ୍ୟ ଶ୍ରୀରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି। ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା। ଏହାକୁ ନେଇ ସାରା ଦେଶରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମୁହୂର୍ତ୍ତରେ ଅନେକ ଜଣ ବିଭିନ୍ନ ଶୁଭ କାମ କରିବାକୁ ମନସ୍ଥ କରିଛନ୍ତି। କେହି କେହି ସେହି ସମୟରେ ଘର ନିର୍ମାଣ କାର୍ଯ୍ୟ କରିବାକୁ ଇଚ୍ଛୁକ ଅଛନ୍ତି ତ ଆଉ କେହି ଏହି ସମୟରେ ଯାନବାହାନ କିଣିବା ପାଇଁ ସ୍ଥିର କରିଛନ୍ତି। ସେହିପରି ଅନେକ ଜଣ ଗର୍ଭବତୀ ମହିଳା ସେହି ଶୁଭ ସମୟରେ ପ୍ରସବ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଯେଉଁ ମହିଳାମାନଙ୍କର ପ୍ରସବ ସେହି ସମୟ ପାଖାପାଖି ରହିଛି, ସେମାନେ ଚାହୁଁଛନ୍ତି ଯେ କେବଳ ସେହି ଦିନ ସେମାନଙ୍କର ସନ୍ତାନ ଜନ୍ମ ହୁଅନ୍ତୁ।

ସୂଚନା ଅନୁଯାୟୀ, ଅନେକ ଗର୍ଭବତୀ ମହିଳା ପ୍ରସବ ପାଇଁ ସରକାରୀ ଡାକ୍ତରଖାନାର ସିଜରିଆନ ବିଭାଗରେ ଡାକ୍ତରମାନଙ୍କୁ ଏନେଇ ଅନୁରୋଧ କରିଛନ୍ତି। ଗଣେଶ ଶଙ୍କର ବିଦ୍ୟାଧର ମେମୋରିଆଲ ମେଡିକାଲ କଲେଜର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଦାୟିତ୍ୱରେ ଥିବା ସୀମା ଦ୍ୱିବେଦୀ କହିଛନ୍ତି ଗୋଟିଏ ଲେବର ରୁମରେ ୧୨ ରୁ ୧୪ ସିଜରିଆନ ପ୍ରସବ ପାଇଁ ସେ ଲିଖିତ ଅନୁରୋଧ ଗ୍ରହଣ କରିଛନ୍ତି। ଦ୍ୱିବେଦୀ କହିଛନ୍ତି ଜାନୁଆରୀ ୨୨ ରେ ୩୫ ସିଜରିଆନ ପ୍ରସବ ପାଇଁ ବ୍ୟବସ୍ଥା କରାଯାଉଛି। ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ସଦସ୍ୟ ଡାକ୍ତରମାନଙ୍କୁ ଅନୁରୋଧ କରୁଛନ୍ତି ଯଦିଓ ସେମାନଙ୍କର ପ୍ରସବ ତାରିଖ ଜାନୁୟାରୀ ୨୨ର କିଛି ଦିନ ପୂର୍ବରୁ କିମ୍ବା ପରେ ଅଛି ତେବେ ଏହାକୁ ପ୍ରାଣ ପ୍ରତିଷ୍ଠା କରାଯାଉ। ଏହା ଏକ ଶୁଭ ଦିନ ଭାବରେ ବିବେଚନା କରାଯାଉଛି। ତେଣୁ ସେମାନେ ସେହି ଦିନ ନିଜ ସନ୍ତାନଙ୍କୁ ଜନ୍ମ ଦେବାକୁ ଚାହାନ୍ତି।

ଏହା ସହ ଦ୍ୱିବେଦୀ କହିଛନ୍ତି ଗର୍ଭବତୀ ମା‘ମାନେ ସାଧାରଣତଃ ପୁରୋହିତଙ୍କ ଠାରୁ ଶୁଭ ତାରିଖ ଏବଂ ସମୟ ସମ୍ପର୍କରେ ଅବଗତ ହୋଇ ସେହି ଦିନ ପ୍ରସବ ପାଇଁ ଅନୁରୋଧ କରିଥାନ୍ତି । ହେଲେ ଏବେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ପ୍ରସବ କରାଇବା ଲାଗି ମା‘ମାନେ ଚାହୁଁଛନ୍ତି। ଡାକ୍ତର କହିଛନ୍ତି ଏହା ଚିନ୍ତାଜନକ ଯେ ବେଳେବେଳେ ପରିବାର ସଦସ୍ୟ ଆଶା କରନ୍ତି ଯେ ମା ଏବଂ ଶିଶୁଙ୍କ ପାଇଁ ହେଉଥିବା ଜଟିଳତାକୁ ଆମେ ଅଣଦେଖା କରିବୁ। ମାତ୍ର ଆମ ପାଇଁ ଏଭଳି କରିବା ଅସମ୍ଭବ। ପ୍ରସବ ପାଇଁ ସ୍ଥିତି ଠିକ ଥିଲେ ଆମେ ଏହା କରି ପାରିବୁ। ଏଥିରେ ପରିବାର ସଦସ୍ୟଙ୍କ ଇଛାକୁ ଗ୍ରହଣ କରାଯିବ ନାହିଁ। ଆମ ପାଇଁ ସୁରକ୍ଷିତ ପ୍ରସବ ଚିକିତ୍ସା ସର୍ବୋପରି।

ଅନ୍ୟପଟେ ଏହାକୁ ନେଇ ଦିବ୍ୟା ଗୁପ୍ତା ନାମକ ଜଣେ ସାଇକୋଲୋଜିଷ୍ଟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଲୋକମାନେ ବିଶ୍ୱାସ କରନ୍ତି ଯଦି କୌଣସି ଶିଶୁ ଶୁଭ ସମୟରେ ଜନ୍ମ ହୁଏ, ତେବେ ଏହା ଶିଶୁର ବ୍ୟକ୍ତିତ୍ୱ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଗୁପ୍ତା କହିଛନ୍ତି, ବେଳେବେଳେ ଧର୍ମ ଏବଂ ଆଧ୍ୟାତ୍ମିକତା ଜଣେ ବ୍ୟକ୍ତିକୁ ଜୀବନର ଚାପକୁ ସାମ୍ନା କରିବାକୁ ଶକ୍ତି ଦେଇଥାଏ ଏବଂ ଏକ ସକାରାତ୍ମକ ଦୃଷ୍ଟିକୋଣ ଥାଏ।

ସୂଚନା ଥାଉକି, ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୧୨ ଦିନ ବାକି ରହିଛି। ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲାଗି ଦେଶର କୋଣ ଅନୁକୋଣରେ ଚହଳ ପଡିଛି। ତେବେ ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ଅନ୍ୟପଟେ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି।

 

Get real time updates directly on you device, subscribe now.