fbpx

ପୋଲିସ ନଥିଲେ ରିକ୍ସାଚାଳକ ବି ତୁମକୁ ଖାତିର୍ କରିନ୍ତାନି: ସିଦ୍ଧୁଙ୍କ ଉପରେ ଏପରି ଗର୍ଜିଲେ DSP, ଦେଖନ୍ତୁ VIDEO

Advertisement

ନୂଆଦିଲ୍ଲୀ: ସର୍ବଦା କିଛି ନା କିଛି ବିବାଦୀୟ ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ନିକଟରେ ଚଣ୍ଡିଗଡ଼ ଡିଏସପି ଦିଲଶେର ଚନ୍ଦେଲ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି । ଏକ ରାଜନୈତିକ ରାଲିରେ ସିଦ୍ଧୁ କହିଥିଲେ ଯେ, ‘ପୋଲିସ କି ପ୍ୟାଣ୍ଟ ଗିଲା’ । ଏହାର ପ୍ରତିକ୍ରିୟା ସ୍ୱରୂପ ଡିଏସପି ଚନ୍ଦେଲଙ୍କ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି ।

ଚଣ୍ଡିଗଡ଼ ଡିଏସପି ଚନ୍ଦେଲ କହିଛନ୍ତି ଯେ, ରାଜନେତାମାନେ ଏକଥା ଭୁଲିଯିବା ଅନୁଚିତ ଯେ, ସେମାନଙ୍କୁ ପୋଲିସ ହିଁ ସୁରକ୍ଷା ଯୋଗାଇଥାନ୍ତି । ପୋଲିସ ସୁରକ୍ଷା ନ ଯୋଗାଇଲେ ଏପରି ନେତାଙ୍କୁ ରିକ୍ସାଚାଳକ ମଧ୍ୟ ଖାତିର କରିବନି କି ଭାଷଣ ଶୁଣିବନି । ରାଜନେତାମାନେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଏପରି ଅପମାନଜନକ ଟିପ୍ପଣୀ ଦେବା ଅନୁଚିତ । ସିଦ୍ଧୁ ଏପରି ବିବାଦୀୟ ବୟାନ ଦେଇ ପଞ୍ଜାବ ପୋଲିସକୁ ବଦନାମ କରିଛନ୍ତି । ପୋଲିସ କାରଣରୁ ସାଧାରଣ ଜନତା ରାଜନେତାଙ୍କ ନିର୍ଦ୍ଦେଶକୁ ଠିକଭାବେ ପାଳନ କରିଥାନ୍ତି ବୋଲି ସେ କହିଛନ୍ତି । ତେବେ ଏନେଇ ସିଦ୍ଧୁଙ୍କ ଜଣେ ସହଯୋଗୀ କହିଛନ୍ତି ଯେ, ପୋଲିସ ବିଭାଗକୁ ବଦନାମ କରିବା ସିଦ୍ଧୁଙ୍କ ଉଦ୍ଦେଶ୍ୟ ନଥିଲା, ସେ ଏହା ମଜାକରେ କହିଥିଲେ ।

Get real time updates directly on you device, subscribe now.