fbpx
BSKY
BJD MC SKY
BJD MS SKY

ଟିକାର ଦ୍ୱିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ୍ ମଧ୍ୟରେ ୯ରୁ ୧୨ ମାସ ରହିବ ଗ୍ୟାପ୍: ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକାର ଦ୍ୱିତୀୟ ଡୋଜ୍ ଓ ତୃତୀୟ ଡୋଜ୍(ପ୍ରିକସନ୍ ଡୋଜ୍) ଦେବା ନେଇ ଅନୁମତି ମିଳିବା ପରେ ଏବେ ଏନେଇ ପସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦ୍ୱିତୀୟ ଡୋଜ୍ ଓ ତୃତୀୟ ଡୋଜ୍ (ପ୍ରିକସନ୍ ଡୋଜ୍) ମଧ୍ୟରେ ୯ରୁ ୧୨ ମାସ ଗ୍ୟାପ୍ ରହିପାରେ । ରବିବାର ଦିନ ଏନେଇ ସୂଚନା ଦିଆଯାଇଛି । ଭାରତରେ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମରେ ଏବେ କୋଭିସିଲ୍ଡ ଓ କୋଭାକ୍ସିନ୍ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଇ ସେ କହିଥିଲେ ୧୫ରୁ ୧୮ ବର୍ଷର କିଶୋରୀଙ୍କୁ ଜାନୁଆରୀ ୩ ତାରିଖରୁ ଟିକା ଦିଆଯିବ । ସେହିପରି ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ୍ କର୍ମଚାରୀ ମାନଙ୍କୁ ପ୍ରିକ୍ସନ୍ ଡୋଜ୍ ଜାନୁଆରୀ ୧୦ ତାରିଖରୁ ଦିଆଯିବ । ଏହି ନିଷ୍ପତ୍ତି କୋଭିଡ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ ପାଇଁ ନିଆଯାଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.