fbpx

(Video) ଏମିତି ବି ସମ୍ଭବ! ଅଦରକାରୀ ଜିନିଷରେ ତିଆରି ହୋଇଛି ପୂଜା ମଣ୍ଡପ: ଦେଖିବା ପାଇଁ ଲାଗିଛି ଲୋକଙ୍କ ଗହଳି

ଓଡ଼ିଶା ଭାସ୍କର: ଦୁର୍ଗା ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପକୁ ନୂଆ ନୂଆ ରୂପ ଦେଉଛନ୍ତି । କେଉଁଠି ମେଟ୍ରୋ ଟ୍ରେନ ଥିମରେ ମଣ୍ଡପ ନିର୍ମାଣ ହେଉଛି ତ ଆଉ କେଉଁଠି ଜଙ୍ଗଲ ଥିମ ନେଇ ନିର୍ମାଣ ହୋଇଛି ମା’ଙ୍କ ପୂଜା ମଣ୍ଡପ । କିନ୍ତୁ ଅଦରକାରୀ ଜିନିଷକୁ ନେଇ ତିଆରି ହୋଇଥିବା ଏକ ପୂଜା ମଣ୍ଡପ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି । ଏହାର ନିର୍ମାଣକୁ ନେଇ ବିଭିନ୍ନ ମହଲରେ ଖୁବ ଚର୍ଚ୍ଚା କରାଯାଉଛି । କଫି କପ୍, ଥଣ୍ଡା ବୋତଲ, ପାଣି ବୋତଲ ସାଙ୍ଗକୁ ସାଇକେଲ ଚକ ଇତ୍ୟାଦିକୁ ବ୍ୟବହାର କରି ଅପୂର୍ବ କଳାକୃତି ସହ ନିର୍ମାଣ ହୋଇଛି ଏହି ପୂଜା ମଣ୍ଡପ । ଯାହା ଦେଖଣାହାରୀଙ୍କ ପାଇଁ ବେଶ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

କୋଲକାତାର ଦୁର୍ଗାପୂଜା ଦେଶ ବିଦେଶରେ ପ୍ରସିଦ୍ଧ । ମା’ଙ୍କର ବିଶେଷ ପୂଜା ଅର୍ଚ୍ଚନା ସହ ନୂଆ ନୂଆ ଶୈଳୀରେ ସଜା ହୋଇଥାଏ ପୂଜା ମଣ୍ଡପ । ବଡ ବଡ ତୋରଣ ସାଙ୍ଗକୁ ମାଙ୍କର ମୂର୍ତ୍ତି ସବୁ ଏଠି ରହିଥାଏ ବିଲକୁଲ ଭିନ୍ନ । ପ୍ରତ୍ୟେକ ବର୍ଷ ନୂଆ ଜିନିଷରେ ୟୁନିକ କରାଯାଇ ପୂଜା ମଣ୍ଡପ କୁ ସୁସଜ୍ଜିତ କରାଯାଇଥାଏ । ଆଉ ଏହାକୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୁ ମଧ୍ୟ ବହୁ ଲୋକେ ଆସିଥାଆନ୍ତି । ଭିନ୍ନ ପୂଜା ପେଣ୍ଡାଲରେ ସଜା ଏମିତି ଜିନିଷରେ ହୋଇଥାଏ ଯେ ଦେଖିବାକୁ ଆସିଥିବା ଲୋକଙ୍କ ଆଖି ଲାଖିଯିବ । ସୁନ୍ଦର ସାଜସଜାରେ ପୂରିଉଠିଥାଏ ପେଣ୍ଡାଲ । କୋଲକାତା ଖିଦରପୁର ଅଞ୍ଚଳର ପଚିଶ ପଲ୍ଲୀ କ୍ଲବରେ ଏମିତି ଏକ ନିଆରା ପ୍ରୟାସରେ ସୁନ୍ଦର ପେଣ୍ଡାଲ ନିର୍ମାଣ ହୋଇଛି ।

ବେକାର ପଡିଥିବା ଜିନିଷରେ ସଜା ହୋଇଛି ପେଣ୍ଡାଲ ଆୟୋଜକଙ୍କ ଅନୁସାରେ ଏହି ଥିମ ରେ ରୁ କେମିତି କମାଲ ଦେଖାଯିବ ଥିମରେ ସଜାଯାଇଛି । ଏହି ଦେଖନ୍ତିୁତ ବ୍ୟବହାର କରି ଫୋଫାଡା ଯାଇଥିବା ପାଣି ବୋତଲ , ଥଣ୍ଡା ବୋତଲ , କଫି କପ , ସାଇକେଲ ଚକ ଗାଡି ଟାୟାର ପୁରୂଣା ଟେଲିଫୋନ, କି ବୋର୍ଡ, ମଦର ବୋର୍ଡ ନଡିଆ ଖୋଳ ଏମିତି ଅନେକ କିଛି ଅଦରକାରୀ ଜିନିଷରେ ତିଆରି କରାଯାଇଛି ପୂଜା ପେଣ୍ଡାଲ ।ଯାହା ଆପଣ କେବେ ଭାବି ନଥିବେ । ସମସ୍ତ ଅଦରକାରୀ ଜିନିଷ ଯାହାକୁ ଆମେ ବାହାର ଫୋପାଡି ଦେଇଥାଉ ସେସବୁ କି ନେଇ ଭାବେ ତିଆରି ହୋଇଛି ମଣ୍ଡପ । ଏହି ପଚିଶ ପଲ୍ଲୀ କ୍ଲବରେ ସବୁ ବର୍ଷ କିଛି ନୂଆ ଥିମକୁ ନେଇ ପେଣ୍ଡାଲ ତିଆରି କରାଯାଇଛି ।

Get real time updates directly on you device, subscribe now.