fbpx
BJD SKY
BJD SKY

ଜମ୍ମୁ କଶ୍ମୀରର ପ୍ରତ୍ୟେକ ନାଗରିକଙ୍କୁ ମିଳିବ ‘Family ID’: ଏହାଦ୍ୱାରା କ’ଣ ଫାଇଦା ମିଳିବ

BJD

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସମସ୍ତ ପରିବାରଙ୍କ ପାଇଁ ଏକ ପ୍ରାମାଣିକ ଡାଟାବେସ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଏଥିରେ ସାମିଲ ହେବା ପରେ ପ୍ରତ୍ୟେକ ପରିବାରର ଗୋଟିଏ କୋଡ୍ ହେବ । ଏହି ଆଧାରରେ ବିଭିନ୍ନ ସାମାଜିକ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବା ସହଜ ହେବ । ଫ୍ୟାମିଲି ଆଇଡି ଆବଣ୍ଟିତ କରିବା ପ୍ରସ୍ତାବକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱାଗତ କରାଯାଇଛି । ଅନ୍ୟପକ୍ଷରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ନେଇ ଅନ୍ୟ ଦଳମାନେ ଚିନ୍ତାପ୍ରକଟ କରିଛନ୍ତି ।

ନିକଟରେ ରିୟାସୀ ଜିଲ୍ଲାର କଟରାଠାରେ ଇ-ଗଭର୍ଣ୍ଣାନ୍ସ ଉପରେ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଯୋଗଦେଇ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗଦେଇ ଡିଜିଟାଲ ଜମ୍ମୁ କଶ୍ମୀର ସାଇଟ ପେପର ଜାରି କରିଥିଲେ । ଏହାଦ୍ୱାରା ପ୍ରତ୍ୟେକ ପରିବାରକୁ ଗୋଟିଏ କୋଡ ପ୍ରଦାନ କରାଯିବ ଓ ତାହାକୁ ଫ୍ୟାମିଲି ଆଇଡି କୁହାଯିବ ।

ଏହି କୋଡରେ ଇଂରାଜୀ ବର୍ଣ୍ଣମାଳାର ଅକ୍ଷର ଓ ଅଙ୍କ ସଂଖ୍ୟା ସ୍ଥାନ ପାଇବ । ପରିବାର ଡାଟାବେସରେ ଉପଲବ୍ଧ ତଥ୍ୟର ଉପଯୋଗ ସାମାଜିକ ବେନିଫିଟ ପାଇଁ ହିତାଧିକାରୀଙ୍କ ଚୟନ କରିବା ଉଦ୍ଦେଶ୍ୟରେ କରାଯିବ । ଜନସାଧାରଣଙ୍କ ସମ୍ବେଦନଶୀଳ ଓ ମହତ୍ତ୍ୱପୂର୍ଣ୍ଣ ତଥ୍ୟର ସୁରକ୍ଷା ନେଇ ପ୍ରଶାସନ ପକ୍ଷରୁ ଏକ ଯୋଜନା ତିଆରି କରାଯାଇଛି । ସାଇବର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ପରିବାର ଓ ବ୍ୟକ୍ତିଙ୍କୁ ଏହି ଯୋଜନାର ଫାଇଦା ନେବାକୁ ହେଲେ ଆବେଦନ କରିବାକୁ ପଡ଼ିବ । ଥରେ ଏହି ଫ୍ୟାମିଲି ଆଇଡି ତିଆରି ହେବା ପରେ ଲାଭାର୍ଥୀଙ୍କୁ କୌଣସି ଡକ୍ୟୁମେଣ୍ଟ ପ୍ରଦାନ କରିବାର ଆବଶ୍ୟକ ପଡ଼ିବନି ।

Get real time updates directly on you device, subscribe now.