fbpx

୨୦୨୩ ମସିହାରୁ ୨୬ ମାସ ଯାଏ ଏହି ରାଶିମାନଙ୍କ ଉପରେ ରହିବ ଶନିଙ୍କ ବକ୍ର ଦୃଷ୍ଟି; ପଡିବ ପ୍ରଭାବ , ଏହି ସବୁ ମାମଲାରେ ରୁହନ୍ତୁ ସତର୍କ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନ୍ୟାୟର ଦେବତା ଶନି ୧୭ ଜାନୁଆରୀ ୨୦୨୩ ମସିହାରେ ସ୍ୱରାଶି କୁମ୍ଭରେ ପ୍ରବେଶ କରିବେ । ଏଥିସହିତ ସେ ୨୦୨୫ ମସିହା ମାର୍ଚ୍ଚମାସ ପର୍ଯ୍ୟନ୍ତ ସେହି ରାଶିରେ ବିରାଜମାନ ରହିବେ । ଫଳରେ ଏହା ପ୍ରତ୍ୟେକ ରାଶିର ବ୍ୟକ୍ତିମାନଙ୍କ ଜୀବନ ଉପରେ କିଛି ନା କିଛି ପ୍ରଭାବ ପକାଇବ । ତେବେ ଶନି ସ୍ୱରାଶିରେ ପ୍ରବେଶ କରିବା କାରଣରୁ କିଛି ରାଶି ଉପରୁ ଶନିଙ୍କ ସାଢେସାତୀ ଦୂର ହେବା ସହ କିଛି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିବ । ଫଳରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ତେବେ ଶନିଙ୍କ ଏହି ସାଢେସାତି ୨୦୨୫ ମସିହା ପର୍ଯ୍ୟନ୍ତ ସେହି ସବୁ ରାଶିମାନଙ୍କ ଉପରେ ରହିବ ବୋଲି ସମ୍ଭାବନା ରହିଛି । ତେବେ ଶନିଙ୍କ ଏହି ରାଶି ପରିବର୍ତ୍ତନ ୧୨ଟି ରାଶିମାନଙ୍କ ମଧ୍ୟରୁ ୩ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ…

କୁମ୍ଭ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ପ୍ରତ୍ୟେକ ରାଶିରେ ଦେଢ ବର୍ଷ ରହିଥାନ୍ତି । ତେବେ ଜାରୁଆରୀ ୧୭ ତାରିଖରୁ ଶନି ନିଜ ରାଶି କୁମ୍ଭରେ ପ୍ରବେଶ କରିବେ । ଫଳରେ ଏହି ରାଶିରେ ଶନିଙ୍କ କଷ୍ଟଦାୟକ ସାଢେସାତୀ ଚାଲିବ । ତେଣୁ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ଅର୍ଥିକ ସମସ୍ୟା ମଧ୍ୟ ଦେଖାଦେବ । ତେବେ କୁମ୍ଭ ରାଶିର ବ୍ୟକ୍ତିମାନେ ଆଗାମୀ ଦେଢ ବର୍ଷ ପର୍ଯ୍ୟନ୍ତ ଧନ, ସ୍ୱାସ୍ଥ୍ୟ, ସମ୍ପର୍କ ।ଦି କ୍ଷେତ୍ରରେ ସତର୍କ ରହିବେ । ନେଚେତ୍ ଏହା ଆପଣଙ୍କୁ ଅନେକ ସମସ୍ୟାରେ ପକାଇବ ।

ମକର: ଶନିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଅଶୁଭ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଏଥିସହିତ ପାରିବାରିକ କଳହ ଲାଗି ରହିବା ସହ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେବ । ତେଣୁ ଏହି ସମୟ ମଧ୍ୟରେ ମକର ରାଶିର ବ୍ୟକ୍ତିମାନେ ଏଥିପ୍ରତି ସତର୍କ ରହିବା ଆବଶ୍ୟକ ।

ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ଏହି ରାଶି ପରିବର୍ତ୍ତନ ମୀନ ରାଶିରେ ଶନି ସାଢେସାତୀ ।ରମ୍ଭ ହେବ । ଫଳରେ ଏହି ରାଶି ଉପରେ ଶନୀଙ୍କ ବକ୍ର ଦୃଷ୍ଟି ରହିବ । ଯେଉଁକାରଣୁ ଜୀବନରେ ଅନେକ ସମସ୍ୟା ସୃଷ୍ଟିହେବା ସହ ବେପାର ବାଣିଜ୍ୟରେ କ୍ଷତି ଘଟିବ । ତେଣୁ ଏହି ଶନି ସାଢେସାତୀରୁ ମୁକ୍ତି ପାଇବା ପାଇଁ ମୀନ ରାଶିର ବ୍ୟକ୍ତିମାନଙ୍କୁ କିଛି ଉପାୟ ।ପଣେଇବାକୁ ପଡିବ । ତେବେ ଏହି ସାଢେସାତୀ ସମୟ ମଧ୍ୟରେ ଭଲ କାମ କରିବା ସହ ଗରିବ ବ୍ୟକ୍ତିମାନଙ୍କୁ ଖାଦ୍ୟ ଦିଅନ୍ତୁ ଫଳରେ ଶନିଙ୍କ ଏହି ସାଢେସାତୀ କିଛିମାତ୍ରାରେ କମ୍ ହେବ ।

Get real time updates directly on you device, subscribe now.