fbpx

ପ୍ରତ୍ୟେକ ପତି-ପତ୍ନୀ ପରସ୍ପରଙ୍କୁ ଲୁଚାଇଥାନ୍ତି ଏହିସବୁ କଥା, ଜାଣନ୍ତୁ କ’ଣ

ବିବାହ ପତି-ପତ୍ନୀଙ୍କ ସମ୍ପର୍କକୁ ଆହୁରି ମଜବୁତ କରିଥାଏ । ତେବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଯେତେ ନିବିଡ଼ ଥିଲେ ମଧ୍ୟରେ ସେମାନେ ପରସ୍ପରକୁ କିଛି କଥା ଲୁଚାଇଥାନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ ନିଜ ବିଷୟରେ ଅନେକ କଥା ଆଦୌ କହି ନଥାନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ….

– ଆଜିକାଲି ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଭଳି ସୋସିଆଲ ନେଟୱାର୍କିଂ ସାଇଟ୍ ସମ୍ପର୍କ ଯୋଡ଼ିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଉଭୟ ପତି ଓ ପତ୍ନୀ ସେମାନଙ୍କର ପବ୍ଲିକ ଆକାଉଣ୍ଟ ଛଡ଼ା ଏକ ପ୍ରାଇଭେଟ୍ ଆକାଉଣ୍ଟ ରଖିଥାନ୍ତି । ଏହି ଆକାଉଣ୍ଟ ମାଧ୍ୟମରେ ଦୁହେଁ ନିଜର ପୂର୍ବ ପ୍ରେମିକ-ପ୍ରେମିକଙ୍କ ସହ ଗୁପ୍ତରେ ଯୋଗାଯୋଗ ରଖିଥାନ୍ତି ।

– ବିବାହ ପରେ ପତ୍ନୀ ନିଜର ପୂର୍ବ ପ୍ରେମିକ, ରିଲେସନସିପ ବିଷୟରେ ପତିଙ୍କୁ ଆଦୌ କୁହନ୍ତି ନାହିଁ । ସେହିପରି ପତି ମଧ୍ୟ ନିଜର ଲଭଷ୍ଟୋରି ବିଷୟରେ ପତ୍ନୀଙ୍କୁ କୁହନ୍ତି ନାହିଁ । ସମ୍ପର୍କ ବିଗିଡ଼ିବା ଭୟରେ ଉଭୟେ ଏପରି କରିଥାନ୍ତି ।

– କୌଣସି ମହିଳା ସେକ୍ସ ବିଷୟରେ ନିଜ ସ୍ୱାମୀଙ୍କୁ ଖୋଲାଖୋଲି କହିନଥାନ୍ତି । ତାଙ୍କ ସ୍ୱାମୀ ତାଙ୍କ ଚରିତ୍ର ପ୍ରତି ସନ୍ଦେହ କରିବାର ଭୟ ଥିବାରୁ ସେମାନେ ଏପରି କରିଥାନ୍ତି ।

– ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କର ଏକ ସିକେଟ୍ କ୍ରସ୍ ରହିଥାନ୍ତି, ଏହା ସମ୍ପୂର୍ଣ୍ଣ ସତ୍ୟ । ପ୍ରତ୍ୟେକ ବିବାହିତ ପୁରୁଷ ଓ ସ୍ତ୍ରୀ ଭାବିଥାନ୍ତି ଯେ ସେମାନେ ହେଉଛନ୍ତି ଏକ ଆଦର୍ଶ ଯୋଡ଼ି, ମାତ୍ର ଏହା ଶତ ପ୍ରତିଶତ ଶତ ନୁହେଁ ।

Get real time updates directly on you device, subscribe now.