fbpx

ଆସନ୍ତା କାଲି କମିଶନରଙ୍କ ସହ ବୈଠକ ପରେ ନିଆଯିବ ଲିଙ୍ଗରାଜ ମନ୍ଦିର ଉଚ୍ଛେଦ ନିଷ୍ପତ୍ତି

ଭୁବନେଶ୍ୱର, ୧୦ା୧୨(ଓଡ଼ିଶା ଭାସ୍କର): ଆଜି ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରାଯାଇଛି । ସ୍ତାନୀୟ ବ୍ୟବସାୟୀ ସଙ୍ଘ, ମନ୍ଦିର ପୂଜାରୀ, ସେବାୟତ ସଙ୍ଘ ଓ ବ୍ୟବସାୟୀମାନଙ୍କ ବିରୋଧ ପରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ ବ୍ୟବସାୟ ସଙ୍ଘ । ପ୍ରଶାସନ, ବ୍ୟବସାୟୀ ସଙ୍ଘ ଓ ରାଜନେତାଙ୍କ ଆଲୋଚନା ପରେ ଏହି ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖାଯାଇଛି । ଆଉ ଥିବା ଅବଶିଷ୍ଟାଂଶକୁ ଭଙ୍ଗା ଯିବ କି ନାହିଁ , ଆସନ୍ତାକାଲି କମିଶନରଙ୍କ ସହ ବୈଠକ ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.