fbpx

ପିତା ହେଲେ କମେଡିଆନ୍ କପିଲ ଶର୍ମା

ମୁମ୍ବାଇ,୧୦ ।୧୨: ବଲିଉଡ୍ ଜଗତର ଲୋକପ୍ରିୟ କମେଡିଆନ୍ କପିଲ ଶର୍ମାଙ୍କ ଘରକୁ ଆସିଛି ଖୁସି ଖବର । ନିଜର ପ୍ରଥମ ବିବାହ ବାର୍ଷିକ ପୂର୍ବରୁ ପିତା ହୋଇଛନ୍ତି କପିଲ । ତାଙ୍କ ପତ୍ନୀ ଗିନ୍ନୀ ଚତରଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ କପିଲ ଶର୍ମା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ତେବେ କପିଲ ଟ୍ୱିଟରେ ଲେଖିଛନ୍ତି ଯେ, ଆମର ଝିଅ ହୋଇଛି। ଆପଣମାନଙ୍କ ଆଶୀର୍ବାଦ ଆବଶ୍ୟକ। ସମସ୍ତଙ୍କୁ ମୋର ଭଲପାଇବା । ଜୟ ମାତା ଦି । ଏହି ଟୁଇଟ୍ ପରେ କପିଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଉଲ୍ଲେଖଯୋଗ୍ୟ ଯେ, କପିଲ ଓ ଗିନ୍ନୀଙ୍କ ବିବାହ ଗତବର୍ଷ ଅର୍ଥାତ୍ ୨୦୧୮ ଡିସେମ୍ବର ୧୨ ତାରିଖରେ ହୋଇଥିଲା । ବିବାହାକୁ ନେଇ ଦୁହେଁ ଖୁବ୍ ଚର୍ଚ୍ଚାରେ ରହିଥିଲେ । ବିବାହରେ ବହୁ ଟିଭି, ବଳିଉଡ ଓ ପଞ୍ଜାବୀ ସେଲିବ୍ରିଟମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.