fbpx

ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୧୦ା୧୨(ଓଡ଼ିଶା ଭାସ୍କର): ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସବୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ । ୨୦୨୦ରୁ ଏକକ ପ୍ରବେଶିକା ପରୀକ୍ଷା ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ପରୀକ୍ଷାର ୪୫ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପ୍ରକାଶିତ ହେବ । ଫଳ ପ୍ରକାଶନ ପାଇଁ ସବୁ କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି ଅରୁଣ ସାହୁ । ଏହାସହ ଏଣିକି ଜୁନ ୧୫ସୁଦ୍ଧା +୩ ପରୀକ୍ଷା ଫଳ ପ୍ରକାଶ ପାଇବ । ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟ କୂଳପତି ସମ୍ମିଳନୀରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ସେହି ସମ୍ମିଳନୀରେ ୧୧ଟି ବିଶ୍ୱବିଦ୍ୟାଳୟର କୂଳପତି ଯୋଗ ଦେଇଥିଲେ ।

Get real time updates directly on you device, subscribe now.