fbpx

‘ମେକ୍ ଇନ୍ ଇଣ୍ଡିଆ’ରୁ ‘ରେପ୍ ଇନ୍ ଇଣ୍ଡିଆ’ ହେଉଛି ଭାରତ: ଅଧୀର

ନୂଆଦିଲ୍ଲ,୧୦ ।୧୨: ଦେଶରେ ହେଉଥିବା ଗଣଦୁଷ୍କର୍ମକୁ ନେଇ ଆଜି ଲୋକସଭାରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ବିଜେପି ଯେଉଁ ଭାରତକୁ ‘ମେକ୍ ଇନ୍ ଇଣ୍ଡିଆ’ କହୁଛି, ତାହା ‘ରେପ୍ ଇନ୍ ଇଣ୍ଡିଆ’ ଦିଗରେ ଗତି କରୁଛି ବୋଲି ଅଧୀର ଆଜି ଗୃହରେ କହିଛନ୍ତି ।

ଏହା ସହ ଅଧୀର କହିଛନ୍ତି ଯେ, ‘ ମୋଦୀ ସରକାର ସମସ୍ତ ବିଷୟ ଉପରେ ଚର୍ଚ୍ଚା କରୁଥିବା ବେଳେ ଏହି ମହିଳାଙ୍କ ଉପରେ ହେଉଥିବା ଦୁଷ୍କର୍ମ ମାମଲାରେ କଣ ପାଇଁ ଚୁପ୍ ରହିଛନ୍ତି? ଭାରତ ‘ମେକ୍ ଇନ୍ ଇଣ୍ଡିଆ’ରୁ ଧିରେ ଧିରେ ‘ରେପ୍ ଇନ୍ ଇଣ୍ଡିଆ’ ହେବାରେ ଲାଗିଛି ।

ସେହିପରି ଗତ ଶୁକ୍ରବାରଦିନ ମଧ୍ୟ ଅଧୀର ଶୂନ୍ୟକାଳରେ କହିଥିଲେ ଯେ, ‘ପ୍ରତିଦିନ ୧୦୬ଟି ବଳାତ୍କାରର ଘଟଣା ଘଟୁଛି । ୧୦ଟିରୁ ୪ଟିରେ ନାବାଳିକା ସହ ହୋଇଥାଏ । ୪ ଘଟଣାରୁ କେବଳ ୧ରେ ଦଣ୍ଡ ମିଳୁଛି । ଗୋଟିଏ ପଟେ ରାମ ମନ୍ଦିର ନିର୍ମାଣ ହେଉଥିବା ବେଳେ ଅନ୍ୟପଟେ ସୀତାମାତାଙ୍କୁ ଜିଅନ୍ତା ଜଳାଇ ଦିଆଯାଉଛି ।’

Get real time updates directly on you device, subscribe now.