fbpx

ପିପିଲି ନିର୍ବାଚନ ପାଇଁ ଇଭିଏମ ଓ ଭିଭିପିଏଟି ପ୍ରସ୍ତୁତ

ପିପିଲି,୩ ।୩(ଓଡିଶା ଭାସ୍କର): ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ବି ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ପିପିଲି ଉପ-ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ‘ଉପ-ନିର୍ବାଚନ ପାଇଁ ଇଭିଏମ ଓ ଭିଭିପିଏଟି ଆସିସାରିଛି । ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ବୁଥ୍ ଚିହ୍ନଟ ସହ ପୋଲିଂ କର୍ମଚାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି । କୋଭିଡ ପାଇଁ ପ୍ରତି ବୁଥରେ ମାତ୍ର ୧୦୦୦ ଜଣ ଭୋଟ ଦେବେ । ଇଭିଏମ ଅଧିକାରୀମାନଙ୍କ ଟ୍ରେନିଂ ଶେଷ ହୋଇଛି । ଉପନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ ।’

Get real time updates directly on you device, subscribe now.