fbpx

ଦେଶଦ୍ରୋହୀ ପୂର୍ବତନ ବ୍ରହ୍ମାସ ଯନ୍ତ୍ରୀଙ୍କୁ ଆଜୀବନ ସଜା, ପାକିସ୍ତାନକୁ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ

Advertisement

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIକୁ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ନାଗପୁର ଜିଲ୍ଲା କୋର୍ଟ ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ଅଗ୍ରୱାଲଙ୍କୁ ୧୪ ବର୍ଷର କଠୋର କାରାଦଣ୍ଡ ସହ ୩,୦୦୦ ଟଙ୍କାର ଜରିମାନା ଦିଆଯାଇଛି । ଅଫିସିଆଲ ସିକ୍ରେଟ ଆକ୍ଟ ଅନ୍ତର୍ଗତ ବିଭିନ୍ନ ଧାରା ଅନୁଯାୟୀ ନିଶାନ୍ତଙ୍କୁ ଦଣ୍ଡିତ କରାଯାଇଛି ।

ସୂଚନାରୁ ପ୍ରକାଶ ନିଶାନ୍ତ ନାଗପୁରରେ ଥିବା ବ୍ରହ୍ମୋସ ଏରୋସ୍ପେସର କ୍ଷେପଣାସ୍ତ୍ର କେନ୍ଦ୍ରର ଟେକ୍ନିକାଲ ରିସର୍ଚ୍ଚ ବିଭାଗରେ ନିୟୋଜିତ ଥିଲେ । ୨୦୧୮ରେ ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ଆଣ୍ଟି-ଟେରୋରିଜମ ସ୍କ୍ୱାର୍ଡ (ATS) ମିଳିତ ଭାବେ ତଦନ୍ତ କରି ନିଶାନ୍ତଙ୍କୁ ଗିରଫ କରିଥିଲା । ସେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI)କୁ ସମ୍ବେଦନଶୀଳ ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଆଜି ଏହି ମାମଲା ଉପରେ ନାଗପୁର ଜିଲ୍ଲା କୋର୍ଟ ଶୁଣାଣି କରି ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ଶୁଣାଣି ସମୟରେ ଧାରା ୨୩୫ ଆଧାରରେ ନିଶାନ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା କହିଥିଲେ ଅତିରିକ୍ତ ସେଶନ କୋର୍ଟର ବିଚାରପତି ଏମ.ଭି ଦେଶପାଣ୍ଡେ ।

Get real time updates directly on you device, subscribe now.