fbpx

ସଲମାନ ଖାନଙ୍କ ଉପରେ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ସଙ୍ଗିନ ଅଭିଯୋଗ: କହିଲେ ସଲମାନ ମୋତେ…

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ ନିଜର ଷ୍ଟାଇଲ ଏବଂ ଆକ୍ସନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ନିଖୁଣ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିବା ସହ ତାଙ୍କର ବ୍ୟକ୍ତିତ୍ୟ ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ବର୍ତ୍ତମାନ ସଲମାନ ଖାନକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହାକି ସୋସିଆଲ ମିଡିଆରେ ଖୁବ୍ ଦ୍ରୁତ ଗତିରେ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ସୋମି ଅଲି ସଲମାନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିବା ସହ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସୋମି ଅଲି ପୁଣିଥରେ ବଲିଉଡ ଦବଙ୍ଗ ସଲମାନ ଖାନଙ୍କୁ ଟାର୍ଗେଟ କରିଛନ୍ତି । ସେ ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିବା ସହ ସେଥିରେ ସଲମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏଥିସହିତ ଅଭିଯୋଗର କିଛି ଦିନ ପରେ ସୋମି ତାଙ୍କର ସେହି ପୋଷ୍ଟଟିକୁ ଡିଲିଟ୍ କରିଥିଲେ । ସୋମି ଅଲି ଏବଂ ସଲମାନ ପରସ୍ପରକୁ ଭଲ ପାଉଥିବା ବେଳେ ଦୁହିଁଙ୍କ ସମ୍ପର୍କ କିନ୍ତୁ ବେଶି ଦିନ ଚାଲିପାରିନଥିଲା । ଫଳରେ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । କିନ୍ତୁ ଅନେକ ସମୟରେ ସୋମି ସୋସିଆଲ ମିଡିଆରେ ସଲମାନଙ୍କୁ ଟାର୍ଗେଟ କରି କିଛି ନା କିଛି ପୋଷ୍ଟ କରନ୍ତି ।

ବର୍ତ୍ତମାନ ସେ ସଲମାନଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସୋମି ସଲମାନଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି , ‘ ଏବେ ବହୁତ କିଛି ହେବାର ଅଛି । ମୋ ଶୋ’କୁ ଭାରତରେ ବନ୍ଦ କରିଦିଆଗଲା, ମାମଲା ଦାଏର କରି ମୋତେ ଧମକ ମଧ୍ୟ ଦିଆଗଲା । ତେବେ ତୁମେ ଜଣେ ଅଗ୍ନିଶର୍ମା ମଣିଷ । କିନ୍ତୁ ମୋତେ ଏଠି ସୁରକ୍ଷା ଦେବାକୁ ୫୦ଜଣ ଓକିଲ ଅଛନ୍ତି, ଯିଏ ମୋତେ ସିଗାରେଟ୍ ଚେଙ୍କ ଓ ଶାରୀରିକ ନିର୍ଯାତନାରୁ ବଞ୍ଚାଇବେ । ଯାହା ତୁମେ ମୋତେ ବର୍ଷ ବର୍ଷ ଧରି ଦେଇଆସିଛ’ । ଏଥିସହିତ ସୋମି ସଲମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ବିରୋଧ କରିଛନ୍ତି ।

ତେବେ ସୋମି ଅଲି ଏହି କଥା ପୋଷ୍ଟ କରିବା କିଛି କ୍ଷଣ ମଧ୍ୟରେ ଏହା ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଲା । କିନ୍ତୁ ଏହାର କିଛି ଘଣ୍ଟା ପେର ସୋମି ନିଜେ ହିଁ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ । ତେବେ ସୋମିଙ୍କର ମଲମାନ ଖାନଙ୍କ ବିରୋଧରେ ଏପରି ପୋଷ୍ଟ କରିବା ଏବଂ ଏହାକୁ ଡିଲେଟ କରିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.