fbpx
BSKY SKY
BSKY SKY

ପୂର୍ବତନ ବିଧାୟକ କୈଳାସ କୁଲେଶିକା ବିଜେଡି ଛାଡ଼ିଲେ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ମେ ୧୩ରୁ ଓଡ଼ିଶାରେ ମତଦାନ ଆରମ୍ଭ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭରି ସ୍ଥିତିରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳୁଛି ।

ତେବେ ଏହା ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଜେଡି ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଟିକେଟ ନ ମିଳିବାରୁ ସେ ବିଜେଡି ଛାଡ଼ିଛନ୍ତି । ଲକ୍ଷ୍ମୀପୁର ଆସନ ପାଇଁ ବିଜେଡି ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଏଥିରେ କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେଶିକା ନିରାଶ ହୋଇଛନ୍ତି । ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ବିଜେଡି ତାଙ୍କ ସହ ବିଶ୍ୱାସଘାତକତା କରିଥିବା ସେ କହିଛନ୍ତି । ବିଜେଡି ଛାଡ଼ିବା ପରେ କୁଲେଶିକା ବିଜେପିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.