fbpx
BJD SKY
BJD SKY

ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ NIAକୁ ବଡ ସଫଳତା, ଆକ୍ରମଣକାରୀ ମୁସାଭିର ହୁସେନ୍ ଶାଜିବ ଗିରଫ

BJD

ବେଙ୍ଗାଲୁରୁ : ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନଆଇଏକୁ ଏକ ବଡ଼ ସଫଳତା ମିଳିଛି । ଏହି ଟିମ୍ କାଫେ ବିସ୍ଫୋରଣ ମାମଲାରେ ଆକ୍ରମଣକାରୀ ମୁସାଭିର ହୁସେନ୍ ଶାଜିବଙ୍କୁ ଗିରଫ କରିଛି । ଅନେକ ମାସ ଧରି ଫେରାର ଥିବା ଅଭିଯୁକ୍ତ ମୁସାଭିର ହୁସେନକୁ ଆସାମ ଏବଂ ପଶ୍ଚିମବଙ୍ଗ ସହ ମିଳିତ ଅପରେସନରେ ଏନଆଇଏ ଦ୍ୱାରା ଗିରଫ କରାଯାଇଛି ।

ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି:-

ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଏନଆଇଏ ଏହି ଘଟଣାରେ ସମ୍ପୃକ୍ତ ଜଣେ ପ୍ରମୁଖ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମୁସାୱିର ହୁସେନ୍ ଶାଜିବକୁ କାଫେରେ ବୋମା ଲଗାଇବା ଦାୟିତ୍ୱ ମିଳିଥିଲା । ଏହି ମାମଲାରେ ବହୁ ସତର୍କତା ଏବଂ ଗୁପ୍ତଚର ସଂଗ୍ରହ ପରେ ଏନଆଇଏ ଟିମ୍ ମିଳିତ ଅପରେସନରେ ଆକ୍ରମଣକାରୀକୁ ଧରିଛି ।

ଅପରାହ୍ନରେ ଏହି ବୋମା ବିସ୍ଫୋରଣ ଘଟିଥିଲା :-
ମାର୍ଚ୍ଚ ୨ ତାରିଖ ଦିନ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ହୋଇଥିବା ବୋମା ବିସ୍ଫୋରଣରେ ସମଗ୍ର ଅଞ୍ଚଳ କମ୍ପିତ ହୋଇଥିଲା । ଏହି ବିସ୍ଫୋରଣରେ ମୋଟ ୯ ଜଣ ଆହତ ହୋଇଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ରମେଶ୍ୱରମ୍ କାଫେ ବିସ୍ଫୋରଣ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହିତ ଜଡିତ । ଏନଆଇଏ ଟିମ୍ ଏହି ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.