fbpx
BJD SKY
BJD SKY

ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୀତିରୁ ଆସିଛି ଏକ ଦୁଃଖଦ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟକଙ୍କର ପରଲୋକ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାର ପୂର୍ବତନ ବିଧାୟକ ରମେଶ ସୋରେନ ଆଉ ନାହାନ୍ତି । ୮୦ ବର୍ଷ ବୟସରେ ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି । ସେ ୩ ଥର ବିଧାୟକ ଭାବେ ଜିତିବା ସହ ଜଣେ ଟାଣୁଆ ରାଜନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ ।

ସୂଚନା ମୁତାବକ, ରମେଶ ରାଜଧାନୀ ଭୁବନେଶ୍ୱରର ଏକ ପ୍ରାଇଭେଟ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁ ନେଇ ପରିବାର ବର୍ଗ ସୂଚନା ଦେଇଥିଲେ । ରମେଶ କଂଗ୍ରେସ ଦଳର ଜଣେ ଆଗଧାଡ଼ିର ରାଜନେତା ଭାବେ ଜିଲ୍ଲାରେ ପରିଚିତ ଥିଲେ । ସେ ଖୁଣ୍ଟା ନିର୍ବାଚନ ମଣ୍ଡଳୀରୁ ୧୯୭୪, ୧୯୭୭ ଓ ୧୯୮୦ରେ କ୍ରମାଗତ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ରମେଶଙ୍କ ପରି ଜଣେ ଆଗଧାଡ଼ିର ରାଜନେତାଙ୍କର ଅଚାନକ ବିୟୋଗକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ରାଜ୍ୟର ବହୁ ବରିଷ୍ଠ ରାଜନେତା ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ସହିତ କଂଗ୍ରେସର ବହୁ କର୍ମକର୍ତ୍ତା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.