fbpx

ମର୍ଣ୍ଣିଂୱାକ୍ ରେ ବାହାରିବା ପୂର୍ବରୁ କରନ୍ତୁ ନାହିଁ ଏହି ୫ ଗୋଟି ଭୁଲ୍, ଲାଭ ବଦଳରେ ଶରୀରକୁ ପହଞ୍ଚିବ କ୍ଷତି

ନୂଆଦିଲ୍ଲୀ: ମର୍ଣ୍ଣିଂୱାକ୍ କରିବା ଦ୍ୱାରା ଆମକୁ ବହୁ ଲାଭ ମିଳିଥାଏ । ନିୟମିତ ମର୍ଣ୍ଣିଂ ୱାକ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଓଜନ ବୃଦ୍ଧିକୁ ରୋକିବାରେ ଏହା ବିଶେଷ ସହାୟକ ହୋଇଥାଏ । ଏହା ବ୍ୟତିତ ମର୍ଣ୍ଣିଂୱାକ୍ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ମର୍ଣ୍ଣିଂୱାକ୍ରୁ ମିଳୁଥିବା ଲାଭ ବିଷୟରେ ତ ସମସ୍ତେ ଜାଣିଛନ୍ତି କିନ୍ତୁ ଏହା କରିବା ପୂର୍ବରୁ କିଛି ଭୁଲ୍ ଆଦୌ କରନ୍ତୁ ନାହିଁ । ଏହି ଭୁଲ୍ କରିବା ଦ୍ୱାରା ଆପଣଙ୍କୁ ଲାଭ ପରିବର୍ତ୍ତେ କ୍ଷତି ହିଁ ହେବ । କ’ଣ ସେହି ଭୁଲ୍ ଆସନ୍ତୁ ଜାଣିନେବା ।
ଅଧିକ ଖାଇବା:
ମର୍ଣ୍ଣିଂୱାକ୍ ରେ ଯିବା ପୂର୍ବରୁ ଅଧିକ ଖାଆନ୍ତୁ ନାହିଁ । କିଛି ଲୋକ ସକାଳେ ଅଧିକ ଖାଇ ଦେଇଥାଆନ୍ତି । ସକାଳେ ଅଧିକ ଖାଇଦେବା ଦ୍ୱାରା ସାରାଦିନ ଶରୀର ଥକ୍କା ଥକ୍କା ଲାଗେ । ଏହା ବ୍ୟତିତ ଯଦି ଆପଣ ବ୍ରେକଫାଷ୍ଟ କରି ମର୍ଣ୍ଣିଂୱାକ୍ରେ ଯିବେ ତେବେ ବହୁତ ଶୀଘ୍ର ଶରୀର କ୍ଲାନ୍ତ ହୋଇଯିବ । ଏଣୁ ସକାଳେ କେବଳ ରାତିରୁ ଭିଜା ଯାଇଥିବା ବାଦାମ କିମ୍ବା କଳା ବୁଟ କିଛି ଖାଇ ମର୍ଣ୍ଣିଂୱାକ୍ରେ ବାହାରନ୍ତୁ ।
ପାଣି ନ ପିଇବା:
ସକାଳୁ ମର୍ଣ୍ଣିଂୱାକ୍ ରେ ଯିବା ପୂର୍ବରୁ ପାଣି ନ ପିଇବାର ଭୁଲ୍ କେବେ ବି କରନ୍ତୁ ନାହିଁ । କାଣ ରାତିସାରା ଶରୀରରେ ଜଳୀୟ ଅଂଶ କମିଯାଇଥାଏ । ଏହାକୁ ପୁରା କରିବା ଲାଗି ସକାଳୁ ଉଠି ପାଣି ପିଇବା ଅତି ଜରୁରୀ । ଯଦି ଆପଣସକାଳୁ ମର୍ଣ୍ଣିଂୱାକ୍ରେ ଯାଉଛନ୍ତି ତେବେ ପ୍ରଥମେ ପାଣି ନିଶ୍ଚୟ ପିଅନ୍ତୁ । ଏପରି କରିବା ଦ୍ୱାରା ଶରୀରରେ ଏନର୍ଜି ରହିବ ଓ ଆପଣ ଡିହାଇଡ୍ରେସନ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।
ଭୁଲ୍ ଜୋତା:
ମର୍ଣ୍ଣିଂୱାକ୍ କରିବା ଲାଗି କିଛି ନିୟମ ଉପରେ ନିଶ୍ଚୟ ଧ୍ୟାନ ଦେବା ଉଚିତ । ମର୍ଣ୍ଣିଂୱାକ୍ ଲାଗି ସଠିକ୍ ଜୋତା ଚୟନ କରିବା ଜରୁରୀ । ଭୁଲ୍ ଚପଲ ପିନ୍ଧିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଓ ମାଂସପେଶୀରେ ଯନ୍ତ୍ରଣା ହୋଇପାରେ । ଏଣୁ ଆପଣ ଏପରି ଜୋତା ଚୟନ କରନ୍ତୁ ଯେଉଁଥିରେ ଗଦି ଥିବ ଓ ହାଲକା ହୋଇଥିବ ।
କୁହୁଡିରେ ମର୍ଣ୍ଣିଂୱାକ୍ :
ଯଦି ପାଗ କୁହୁଡିଆ ରହିଛି ତେବେ ଏପରି ସ୍ଥିତିରେ ମର୍ଣ୍ଣିଂୱାକ୍ କରିବା ଶ୍ୱାସରୋଗୀଙ୍କ ଲାଗି କ୍ଷତିକାରକ । ଏପରି ପାଗରେ ନିଃଶ୍ୱାସ ପ୍ରଶ୍ୱାସ ନେବା ଫୁସଫୁସ୍ ଲାଗି କ୍ଷତିକାରକ ହୋଇପାରେ ।
ୱାର୍ମଅପ୍ କରିବାକୁ ଭୁଲନ୍ତୁ ନାହିଁ:
ଯଦି ଆପଣ ୱାର୍ମଅପ୍ ନ କରି ମର୍ଣ୍ଣିଂୱାକ୍ ରେ ବାହାରୁଛନ୍ତି ତେବେ ଏହା ଆପଣଙ୍କ ଲାଗି କ୍ଷତିକାରକ ହୋଇପାରେ । ୱାର୍ମଅପ ମଧ୍ୟ ଏକ ପ୍ରକାର ଏକ୍ସରସାଇଜ୍ । ଏହା ଶରୀରରକୁ ଏକ୍ସରସାଇଜ୍ ଲାଗି ପ୍ରସ୍ତୁତ କରିବାର ଏକ ଉତ୍ତମ ତରିକା । ୱାର୍ମଅପ୍ କରିବା ଦ୍ୱାରା ଏକ୍ସରସାଇଜ କରିବାର କ୍ଷମତା ବୃଦ୍ଧି ପାଇଥାଏ ।

 

Get real time updates directly on you device, subscribe now.