fbpx
BJD SKY
BJD SKY

ଅନ୍ୟ ରାଜ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି, ମାତ୍ର ବିଜେପି ଶାସିତ ରାଜ୍ୟ ବିରୋଧରେ ହେଉନାହିଁ କାହିଁକି: ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରିବା ଅବସରରେ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ବିଜେପି ଶାସିତ ରାଜ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାରେ ବିଫଳ ହେଉଥିବା କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି । ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ କଠୋର ମନ୍ତବ୍ୟ ଦେଇଛନ୍ତି ।

ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି, ରାଜ୍ୟରେ ମହିଳାଙ୍କ ପାଇଁ ସଂରକ୍ଷଣ କାହିଁକି ଲାଗୁ ହୋଇନାହିଁ? କେନ୍ଦ୍ର ସରକାର ନିଜ ଦଳର ରାଜ୍ୟ ସରକାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁନାହାନ୍ତି? ଅନ୍ୟ ରାଜ୍ୟ ସରକାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ମାତ୍ର ନିଜ ସରକାର ଚାଲୁଥିବା ରାଜ୍ୟରେ କେନ୍ଦ୍ର ସରକାର କିଛି କରୁନାହାନ୍ତି?

ଜୀବନର ସମସ୍ତ କ୍ଷେତ୍ରରେ ମହିଳାମାନେ ସମାନ ଭାବେ ସାମିଲ ହେଉଥିବା ବେଳେ ସେମାନଙ୍କର ଭାଗିଦାରୀକୁ ବିରୋଧ କାହିଁକି କରାଯାଉଛି । ମହିଳାଙ୍କ ସଂରକ୍ଷଣ ବିରୋଧରେ କୌଣସି ବ୍ୟବସ୍ଥା ହୋଇଛି କି ବୋଲି ଜଷ୍ଟିସ କୌଲ ପ୍ରଶ୍ନ କରିଥିଲେ । ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ କହିଥିଲେ, ନାଗଲାଣ୍ଡରେ କିଛି ମହିଳା ସଂଗଠନ ରହିଛି । ସେମାନଙ୍କର ସଂରକ୍ଷଣ ଆବଶ୍ୟକତା ନାହିଁ ବୋଲି ସେମାନେ କହିଛନ୍ତି । ଏହି ମହିଳାମାନେ ଲେଖାପଢ଼ା ଜାଣିଥିବା ବେଳେ ସେମାନଙ୍କର ସଂଖ୍ୟା ଅଧିକ ରହିଛି ।

ଏହି ଶୁଣାଣି ଅବସରରେ ସୁପ୍ରିମକୋର୍ଟ ମଣିପୁରର ପରିସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ରାଜ୍ୟର ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଖି ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ନିଜର ମତ ଦେଇସାରିଛନ୍ତି । ମେ ୪ର ଭାଇରାଲ ଭିଡିଓ ଉପରେ ଅପରାଧୀଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଇବାକୁ ସର୍ବୋଚ୍ଚ ଅଦାଲତ କହିଥିଲେ ।

Get real time updates directly on you device, subscribe now.